‘ଏଣିକି ସବୁଦିନ ଜଗା ଦର୍ଶନ କରିପାରିବେ ଭକ୍ତ’

ପୁରୀ (ଓଡ଼ିଶା ରିପୋର୍ଟର): ଏଣିକି ସବୁ ରବିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ସପ୍ତାହକ ସାତ ଦିନ ଯାକ ଖୋଲା ରହିବ ଶ୍ରୀମନ୍ଦିର। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ମହାମାରୀ କରୋନାର କୋପ କମିବା ପରେ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। କିନ୍ତୁ ମନ୍ଦିର ସାନିଟାଇଜ୍‌ ପାଇଁ ପ୍ରତି ରବିବାର ବନ୍ଦ ରହୁଥିଲା। ରାଜ୍ୟ ସରକାର ଜାରି କରିଥିବା ଏହି ଏସ୍‌ଓପିରେ କୋହଳ କରିଛନ୍ତି। ଆଗାମୀ ଦିନରେ ସାନିଟାଇଜ ପାଇଁ କୌଣସି […]

jagannath-temple

Manoranjan Sial
  • Published: Wednesday, 10 February 2021
  • , Updated: 10 February 2021, 08:50 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଏଣିକି ସବୁ ରବିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ସପ୍ତାହକ ସାତ ଦିନ ଯାକ ଖୋଲା ରହିବ ଶ୍ରୀମନ୍ଦିର। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ମହାମାରୀ କରୋନାର କୋପ କମିବା ପରେ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। କିନ୍ତୁ ମନ୍ଦିର ସାନିଟାଇଜ୍‌ ପାଇଁ ପ୍ରତି ରବିବାର ବନ୍ଦ ରହୁଥିଲା। ରାଜ୍ୟ ସରକାର ଜାରି କରିଥିବା ଏହି ଏସ୍‌ଓପିରେ କୋହଳ କରିଛନ୍ତି। ଆଗାମୀ ଦିନରେ ସାନିଟାଇଜ ପାଇଁ କୌଣସି ରବିବାର ବନ୍ଦ ହେବନି ଶ୍ରୀମନ୍ଦିର। ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ କରାଯିବ ସାନିଟାଇଜ। ସିଂହଦ୍ଵାର ଦେଇ ପ୍ରବେଶ ଓ ତିନିଦ୍ୱାର ଦେଇ ଭକ୍ତମାନେ କରିବେ ପ୍ରସ୍ତାନ। ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ପ୍ରତି ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି-“ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ଆନନ୍ଦ ବଜାରରେ ମହାପ୍ରସାଦ ସେବନ କଟକଣା ହଟିଛି। ଆନନ୍ଦବଜାରରେ ମହାପ୍ରସାଦ ପାଇପାରିବେ ଭକ୍ତ। ତମାଖୁ ସେବନ କରୁଥିବା ଭକ୍ତଙ୍କ ଉପରେ ପୂର୍ବରୁ ୧୦୦୦ ଟଙ୍କା ଫାଇନ ଥିଲା। ଏବେ ଏହି ନିୟମକୁ କଡ଼ାକଡ଼ି କରାଯିବ। ଏଥିପାଇଁ ଏକ ସ୍କାଡ ଗଠନ କରାଯାଇ ଜରିମାନା ଆଦାୟ କରାଯିବ।”

ସେ ଆହୁରି କହିଛନ୍ତି-“ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହେବ। ପଲିଥିନ ବାହାରିଲେ ୧୦୦ ଟଙ୍କା ଆଦାୟ କରାଯିବ। ଦୀପ ଦାନ ଏକ ନିର୍ଦ୍ଧାରିତ ସ୍ଥାନରେ କରିପାରିବେ। ଦର୍ଶନ ବ୍ୟବସ୍ଥାରେ ପୁରୀବାସୀଙ୍କ ପାଇଁ ରହିବନି ସ୍ୱତନ୍ତ୍ର ବ୍ୟବସ୍ଥା। ସମସ୍ତ ଭକ୍ତ ସକାଳ ୬ଟାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।”

ରୁପାଦ୍ୱର ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି-“ଖୁବ୍‌ଶୀଘ୍ର ରୁପା ଦ୍ୱର ନେଇ ଆରମ୍ଭ ହେବ ପ୍ରକ୍ରିୟା। ଏଏସ୍‌ଆଇ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏଠାରେ ରୁପା ଆସିଲେ, ତାକୁ ସୁରକ୍ଷା ଦେବା ସହ ନିର୍ମାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏପର୍ଯ୍ୟନ୍ତ ଡିଜାଇନ ଫାଇନାଲ ହୋଇନାହିଁ। ରୁପା ଆସି ପହଞ୍ଚିଲେ ଖୁବଶୀଘ୍ର ଡିଜାଇନ୍‌ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାର ମଧ୍ୟ ଦାତାଙ୍କ ଦ୍ୱାରା କରାଯିବ। ସେଥିପାଇଁ ପରିଚାଳନା କମିଟି ସଦସ୍ୟମାନେ ମୁମ୍ବାଇ ଯାଇ ଦାତାଙ୍କ ସହ ଆଲୋଚନା କରିଛନ୍ତି।”

Related story