ମମତାଙ୍କୁ ବିରୋଧ କରିବ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମମତା ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମମତାଙ୍କ ଏହି ଗସ୍ତକୁ ବିରୋଧ କରାଯିବ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଚେତାବନୀ ଦିଆଯାଇଛି। ସମ୍ମିଳନୀ ପକ୍ଷରୁ କୁହାଯାଇଛି,“କିଛି ଦିନ ତଳେ ମମତା ବାନାର୍ଜୀ ବିଫ୍‌ ଖାଇବା ଅପରାଧ ନୁହେଁ ଏବଂ ଅଣହିନ୍ଦୁ ମନ୍ଦିର ପ୍ରବେଶ କରିପାରିବେ ବୋଲି କହିଥିଲେ। ଏଭଳି ମନ୍ତବ୍ୟ ଦେଇଥିବାରୁ […]

mamata

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 07:56 AM IST

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମମତା ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମମତାଙ୍କ ଏହି ଗସ୍ତକୁ ବିରୋଧ କରାଯିବ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ମିଳନୀ ପକ୍ଷରୁ କୁହାଯାଇଛି,“କିଛି ଦିନ ତଳେ ମମତା ବାନାର୍ଜୀ ବିଫ୍‌ ଖାଇବା ଅପରାଧ ନୁହେଁ ଏବଂ ଅଣହିନ୍ଦୁ ମନ୍ଦିର ପ୍ରବେଶ କରିପାରିବେ ବୋଲି କହିଥିଲେ। ଏଭଳି ମନ୍ତବ୍ୟ ଦେଇଥିବାରୁ ମମତା ଶ୍ରୀମନ୍ଦିର ଆସିଲେ ତାଙ୍କୁ ବିରୋଧ କରାଯିବ।”

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିଛି। ବିଶ୍ୱାସ ରହିଛି ଏଠାକୁ ଆସିଲେ ସମସ୍ତଙ୍କ ପାପ ନାଶ ହୋଇଥାଏ। ତେଣୁ ଶ୍ରୀଜିଉ ଆଶୀଷ ନେଇ ମମତାଙ୍କ ପାପ କ୍ଷୟ ହେଉ।”

Related story