ମିଡିଆ ଉପରେ ସରକାର ବୀତସ୍ପୃହ, ଛଡ଼ାଇନେଲେ ସ୍ନାନଯାତ୍ରାର ପ୍ରସାରଣ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମିଡିଆର ସରକାରୀ ତୁଷ୍ଟୀକରଣ ନୀତି ଏବେ ରାଜ୍ୟର ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମହଙ୍ଗା ପଡ଼ିଛି। ପ୍ରଥମେ ପ୍ରିଣ୍ଟ ମିଡିଆ ଓ ଏବେ ଇଲେକ୍ଟ୍ରୋନିକ୍ସ ମିଡିଆ ଉପରେ ସରକାରଙ୍କ କୋପଦୃଷ୍ଟି ପଡ଼ିଛି। ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ସିଧାସଳଖ ପ୍ରସାରଣ ଦାୟିତ୍ୱ ନେଉଥିବା ରାଜ୍ୟର ଇଲେକ୍ଟ୍ରୋନିକ ମିଡିଆ(ଘରୋଇ ଟିଭି ଚ୍ୟାନେଲଗୁଡ଼ିକ)ଠୁ ରାଜ୍ୟ ସରକାର କରୋନା କଟକଣାର ଆଳ ଦେଖାଇ ଏହି ଦାୟିତ୍ୱ କାଢ଼ି ନେଇଛନ୍ତି। ଆସନ୍ତା ଜୁନ୍ ୫ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାର […]

jagannath

Manoranjan Sial
  • Published: Friday, 29 May 2020
  • , Updated: 29 May 2020, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମିଡିଆର ସରକାରୀ ତୁଷ୍ଟୀକରଣ ନୀତି ଏବେ ରାଜ୍ୟର ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମହଙ୍ଗା ପଡ଼ିଛି। ପ୍ରଥମେ ପ୍ରିଣ୍ଟ ମିଡିଆ ଓ ଏବେ ଇଲେକ୍ଟ୍ରୋନିକ୍ସ ମିଡିଆ ଉପରେ ସରକାରଙ୍କ କୋପଦୃଷ୍ଟି ପଡ଼ିଛି। ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ସିଧାସଳଖ ପ୍ରସାରଣ ଦାୟିତ୍ୱ ନେଉଥିବା ରାଜ୍ୟର ଇଲେକ୍ଟ୍ରୋନିକ ମିଡିଆ(ଘରୋଇ ଟିଭି ଚ୍ୟାନେଲଗୁଡ଼ିକ)ଠୁ ରାଜ୍ୟ ସରକାର କରୋନା କଟକଣାର ଆଳ ଦେଖାଇ ଏହି ଦାୟିତ୍ୱ କାଢ଼ି ନେଇଛନ୍ତି। ଆସନ୍ତା ଜୁନ୍ ୫ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧାସଳଖ ପ୍ରସାରଣ କରିବାକୁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ସକ୍ଷମ ହେବେ ନାହିଁ।

ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଗତକାଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂଙ୍କୁ ଚିଠି ଲେଖି ଜୁନ୍ ୫ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରାର ଲାଇଭ୍ ଟେଲିକାଷ୍ଟ ଓ ୱେବକାଷ୍ଟ୍ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି କରିବାକୁ କହିଛନ୍ତି। ଶ୍ରୀମନ୍ଦିର ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେଉଥିବାବେଳେ ଘରୋଇ ଚ୍ୟାନେଲଗୁଡ଼ିକ ଏହାର ସିଧାସଳଖ ପ୍ରସାରଣ କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ପାଇଁ ଜାତୀୟସ୍ତରରେ ଲକଡାଉନ୍ ଯୋଗୁ ସାଧାରଣ ଲୋକଙ୍କ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଉପରେ କଟକଣା ରହିଛି। କୋଭିଡ-୧୯ ଗାଇଡଲାଇନ୍ ଓ ସାମାଜିକ ଦୂରତ୍ୱ ଗାଇଡଲାଇନକୁ ମଧ୍ୟ ପାଳନ କରିବାକୁ ପଡ଼ୁଛି।

ଏହାକୁ ଦୃଷ୍ଟିରେ ରଖି ସ୍ନାନଯାତ୍ରାର ସିଧାସଳଖ ପ୍ରସାରଣ (ଉଭୟ ଟେଲିକାଷ୍ଟ ଓ ୱେବକାଷ୍ଟ) ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପ୍ରସ୍ତାବ ଦିଆଯାଉଛି। ବିଭାଗ ଏହି ଲାଇଭ୍ ଟେଲିକାଷ୍ଟକୁ ସମସ୍ତ ଚ୍ୟାନେଲ ଓ ବ୍ୟକ୍ତିଗତ ଚ୍ୟାନେଲ ସହିତ ଶେୟାର କରିପାରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ଭାବେ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ରୀତିନୀତିର ସିଧାସଳଖ ପ୍ରସାରଣରୁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ବଞ୍ଚତ କରିବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ଚାପ ଯୋଗୁ ତାହା ସମ୍ଭବପର ହୋଇପାରିନଥିଲା। ଏଥର କରୋନା କଟକଣାର ଆଳ ଦେଖାଇ ସରକାର ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ମହାପ୍ରଭୁଙ୍କ ରୀତିନୀତିର ସିଧାସଳଖ ପ୍ରସାରଣ କାର୍ଯ୍ୟରୁ ଦୂରେଇ ରଖିବାରେ ସକ୍ଷମ ହୋଇଛନ୍ତି।

ଗତ ମାର୍ଚ୍ଚମାସରେ ଅନୁରୂପ ଭାବେ ପ୍ରିଣ୍ଟ ମିଡିଆର ବିଜ୍ଞାପନ ଖର୍ଚ୍ଚକୁ ରାଜ୍ୟ ସରକାର ଏକତରଫା ଭାବେ ସଂଶୋଧନ କରିଛନ୍ତି।
ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସରକାରୀ ତୁଷ୍ଟିକରଣ ଓ ଏକତରଫା ସମ୍ବାଦ ପରିବେଷଣ ନୀତିକୁ ପରଖିଥିବା ରାଜ୍ୟ ସରକାର ଏବେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି। ଯାହାକି ଗଣମାଧ୍ୟମ ସଂସ୍ଥାର ରାଜସ୍ୱ ସଂଗ୍ରହକୁ ଶକ୍ତ ଧକ୍କା ଲାଗିଛି।

Related story