ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ନୀତି ସହ ଜଡିତ ସେବାୟତ ହିଁ କରିପାରିବେ ମନ୍ଦିର ପ୍ରବେଶ

କଟକ: ନବଯୌବନ ଦର୍ଶନ ସଂପର୍କିତ ମାମଲାରେ ହାଇକୋର୍ଟ ରାୟ ଶୁଣାଇଛନ୍ତି। କହିଛନ୍ତି, କେବଳ ନୀତି ସହ ଜଡିତ ସେବାୟତ ହିଁ ଭିତରକୁ ଯାଇପାରିବେ। ଏମାନଙ୍କ ବ୍ୟତୀତ ନୀତି ସହ ସଂପୃକ୍ତ ନଥିବା ବ୍ୟକ୍ତି ତଥା ସେବାୟତ ପ୍ରବେଶ କରିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିଭଳି ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ। କ୍ୟାମେରାରେ କଏଦ ଚିତ୍ର ହାଇକୋର୍ଟରେ ଦାଖଲ କରାଯିବ। ଭିଡ଼କୁ ଦୃଷ୍ଟିରେ ରଖି, ଏବର୍ଷ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ […]

Orissa-HC

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 01:55 AM IST

କଟକ: ନବଯୌବନ ଦର୍ଶନ ସଂପର୍କିତ ମାମଲାରେ ହାଇକୋର୍ଟ ରାୟ ଶୁଣାଇଛନ୍ତି। କହିଛନ୍ତି, କେବଳ ନୀତି ସହ ଜଡିତ ସେବାୟତ ହିଁ ଭିତରକୁ ଯାଇପାରିବେ। ଏମାନଙ୍କ ବ୍ୟତୀତ ନୀତି ସହ ସଂପୃକ୍ତ ନଥିବା ବ୍ୟକ୍ତି ତଥା ସେବାୟତ ପ୍ରବେଶ କରିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିଭଳି ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ। କ୍ୟାମେରାରେ କଏଦ ଚିତ୍ର ହାଇକୋର୍ଟରେ ଦାଖଲ କରାଯିବ। ଭିଡ଼କୁ ଦୃଷ୍ଟିରେ ରଖି, ଏବର୍ଷ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ନବଯୌବନ ଦର୍ଶନ ବାରଣ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଅଭିଷେକ ଦାଶ ନାମକ ବ୍ୟକ୍ତି ହାଇକୋର୍ଟ ଯାଇଥିଲେ। ସେପଟେ ହାଇକୋର୍ଟଙ୍କ ଏଇ ରାୟ ପରେ ଗତକାଲି ବିଳମ୍ୱିତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ଆଇନମନ୍ତ୍ରୀ, ଶକ୍ତିମନ୍ତ୍ରୀ, ନବକଳେବର ଓଏସଡି ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ରହି ହାଇକୋର୍ଟଙ୍କ ରାୟର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।

Related story