ଶ୍ରୀମନ୍ଦିର ଆଇନ ବଦଳୁ, ସରକାର ପରିଚାଳନା ଦାୟିତ୍ୱରୁ ହଟନ୍ତୁ: ଖାରବେଳ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେଉ। ସରକାର ଏହାର ପରିଚାଳନା ଦାୟିତ୍ୱରୁ ହଟନ୍ତୁ। ତିରୁପତି, ଆୟାପ୍ପା ଓ ମୀନାକ୍ଷୀ ମନ୍ଦିର ଢଙ୍ଗରେ ଟ୍ରଷ୍ଟି ଗଠନ କରାଯାଇ ଶ୍ରୀମନ୍ଦିରକୁ ପରିଚାଳନା କରାଯାଉ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ସେ କହିଛନ୍ତି, ଓଡ଼ିଶା ସରକାର ଶ୍ରୀମନ୍ଦିରର ପରିଚାଳନା କଥା ବୁଝିବା ସଂପୂର୍ଣ୍ଣ ଅସାମ୍ବିଧାନିକ। କାରଣ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠି ସରକାର କୌଣସି ଚର୍ଚ୍ଚ ଅବା […]

kharabela

Rakesh Mallick
  • Published: Wednesday, 24 June 2015
  • , Updated: 24 June 2015, 02:31 PM IST

ଭୁବନେଶ୍ୱର: ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେଉ। ସରକାର ଏହାର ପରିଚାଳନା ଦାୟିତ୍ୱରୁ ହଟନ୍ତୁ। ତିରୁପତି, ଆୟାପ୍ପା ଓ ମୀନାକ୍ଷୀ ମନ୍ଦିର ଢଙ୍ଗରେ ଟ୍ରଷ୍ଟି ଗଠନ କରାଯାଇ ଶ୍ରୀମନ୍ଦିରକୁ ପରିଚାଳନା କରାଯାଉ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ।

ସେ କହିଛନ୍ତି, ଓଡ଼ିଶା ସରକାର ଶ୍ରୀମନ୍ଦିରର ପରିଚାଳନା କଥା ବୁଝିବା ସଂପୂର୍ଣ୍ଣ ଅସାମ୍ବିଧାନିକ। କାରଣ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠି ସରକାର କୌଣସି ଚର୍ଚ୍ଚ ଅବା ମସଜିଦର ପରିଚାଳନା ଭାର ନେଇ ନାହାନ୍ତି। କିନ୍ତୁ ଶ୍ରୀମନ୍ଦିରର ପରିଚାଳନା ଭାର ନିଜ ପାଖରେ ରଖିଛନ୍ତି। ଶ୍ରୀମନ୍ଦର ସରକାରଙ୍କର ଏକ ବିଭାଗ। ଏଠାରେ ସରକାର ସିଧାସଳଖ ଜଣେ ପରିଚାଳକଙ୍କୁ ନିଯୁକ୍ତି କରୁଛନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେବା ଜରୁରୀ। ପରିଚାଳନାରୁ ସରକାର ସଂପୂର୍ଣ୍ଣ ଦୂରେଣ ଯିବା ଉଚିତ। ଖାଲି ଶାନ୍ତିଶୃଙ୍ଖଳା ଦାୟିତ୍ବ ନିଜ ପାଖରେ ରଖନ୍ତୁ। ମନ୍ଦିର ପରିଚାଳନା ପାଇଁ ଟ୍ରଷ୍ଟି ଗଠନ କରନ୍ତି। ଆନ୍ଧ୍ର ପ୍ରଦେଶ, କେରଳ ଆଦିରେ ଯଥାକ୍ରମେ ତିରୁପତି ଓ ଆୟାପ୍ପାଙ୍କ ମନ୍ଦିରର ପରିଚାଳନାରେ ସେଠାକାରଙ୍କ ସରକାରଙ୍କର ସିଧାସଳଖ ସଂପର୍କ ନାହିଁ। ଟ୍ରଷ୍ଟି ମାଧ୍ୟମରେ ଏହି ମନ୍ଦିର ଗୁଡ଼ିକର ପରିଚାଳନା ହେଉଛି। ଏଣୁ ଶ୍ରୀମନ୍ଦିରରେ ଏଭଳି ଏକ ଟ୍ରଷ୍ଟି ଗଠନ କରିବା ପାଇଁ ସରକାର ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରନ୍ତୁ। ଗଜପତି ଓ ଶଙ୍କରାଚାର୍ଯ୍ୟ ତ ମୁଖ୍ୟ ଲୋକ। ସେହିପରି ବିଭିନ୍ନ ହିନ୍ଦୁ ସଂଗଠନ ଗୁଡ଼ିକ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ଦିଗରେ ଆଗେଇ ଆସିବା ଉଚିତ୍।

ଖାରବେଳ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରଷ୍ଟି ଗଠନ କରିବା ସହିତ ଶ୍ରୀମନ୍ଦିରରେ ବହୁ ବର୍ଷ ଧରି ଚାଲି ଆସିଥିବା କଂଶାନୁକ୍ରମିକ ଅଧିକାରକୁ ଲୋପ କରାଯାଉ। ଟ୍ରଷ୍ଟି ସେଠାରେ ସମସ୍ତ ନିଯୁକ୍ତି କରିବାକୁ ଅଧିକାର ଦିଆଯାଉ।  ଏଥିପାଇଁ ସେମାନଙ୍କୁ ବେତନ ମଧ୍ୟ ଦିଆଯାଉ।

ସେହିଭଳି ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶା ହାଇକୋର୍ଟର ବାର ଆସୋସିଏସନ୍ ଦାବି କରିଛି। ଏହା ସହିତ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ଘଟଣାରେ ଦୋଷୀମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଆସୋସିଏସନ ଦାବି କରିଛି। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ଦୋଷୀମାନଙ୍କ ବିରୁଦ୍ଧରେ ୮/୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଇନର ସହାୟତା ନିଆଯିବ।

Related story