ଶ୍ରୀମନ୍ଦିର ସମ୍ମୁଖରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଘଟଣାର ଅନୁଧ୍ୟାନ କଲେ କଂଗ୍ରେସ ପ୍ରତିନିଧି ଦଳ

ପୁରୀ: ପୁରୀ ଶ୍ରୀମନ୍ଦିର ସାମ୍ନାରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ୫ ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ ପୁରୀ ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏହି ୫ ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ପୁରୀ ଆସିଛି । ଗୋପବନ୍ଧୁ ଦାସଙ୍କ ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ଗତକାଲି ସରକାରଙ୍କ ଉପରେ ବର୍ଷିଥିଲେ […]

fact finding team

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 10:05 AM IST

ପୁରୀ: ପୁରୀ ଶ୍ରୀମନ୍ଦିର ସାମ୍ନାରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ୫ ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ ପୁରୀ ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏହି ୫ ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ପୁରୀ ଆସିଛି । ଗୋପବନ୍ଧୁ ଦାସଙ୍କ ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ଗତକାଲି ସରକାରଙ୍କ ଉପରେ ବର୍ଷିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ ଅଭିଯୋଗ କରିଥିଲେ ଯେ, ଜବରଦଖଲ ଉଚ୍ଛେଦ ଭଳି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରିଛନ୍ତି ରାଜ୍ୟ ସରକାର। ଏହା ଉତ୍କଳମଣିଙ୍କ ପ୍ରତି ଅସମ୍ମାନ ବୋଲି ସେ କହିଥିଲେ। କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ କହିଛନ୍ତି ଯେ, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉଠାଇ ନିଆଯିବାକୁ ବିରୋଧ କରିଥିବା ବ୍ୟକ୍ତି ବିଶେଷ, ସଂଗଠନ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିବା ପରେ ଯାହା ଚୂଡାନ୍ତ ନିଷ୍ପତ୍ତି ନିଆଯିବା ସେ ସମ୍ପର୍କରେ ପିସିସି ସଭାପତିଙ୍କୁ ଜଣାଇବୁ । ଯଦି ପ୍ରତିମୂର୍ତ୍ତି ସ୍ଥାନାନ୍ତର କରିବାର ଥିଲା ତେବେ ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହ ଆଲୋଚନା କରାଯାଇ ଗୋଟିଏ ସମ୍ମାନଜନକ ସ୍ଥାନରେ ରଖାଯାଇଥିଲେ ଭଲ ହୋଇଥାନ୍ତା । ଏପରି ଭାବେ ଜବରଦଖଲ ନାଁରେ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଉଚ୍ଛେଦ କରିଦିଆଗଲା । ୮୦ ବର୍ଷ ପୂର୍ବେ ମହାତ୍ମାଗାନ୍ଧୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ କରିଥିଲେ । ତେବେ କ’ଣ ସେ ଜବରଦଖଲ କରି ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ କି ବୋଲି କଂଗ୍ରେସ ନେତା ସାହୁ ପ୍ରଶ୍ନ କରିଛନ୍ତି ।

Related story