ଶୁଭ୍ରା କୁଣ୍ଡୁଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ। ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱର ନେଇ ଆସିଛି ସିବିଆଇ। ଓଡ଼ିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ। ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ ଅଛନ୍ତି- ସେ ଦିଗକୁ ନେଇ ଖୋଳତାଡ଼ କରିବ ସିବିଆଇ। ଶୁଭ୍ରା କୁଣ୍ଡୁ ହେଉଛନ୍ତି ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ। ତେଣୁ ତାଙ୍କ ନିକଟରୁ ଅଧିକ ତଥ୍ୟ ମିଳିବା […]

subhra

Jitendra Garnayak
  • Published: Sunday, 17 January 2021
  • , Updated: 17 January 2021, 02:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ। ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱର ନେଇ ଆସିଛି ସିବିଆଇ। ଓଡ଼ିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ। ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ ଅଛନ୍ତି- ସେ ଦିଗକୁ ନେଇ ଖୋଳତାଡ଼ କରିବ ସିବିଆଇ।

ଶୁଭ୍ରା କୁଣ୍ଡୁ ହେଉଛନ୍ତି ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ। ତେଣୁ ତାଙ୍କ ନିକଟରୁ ଅଧିକ ତଥ୍ୟ ମିଳିବା ଅନୁମାନ କରି ତଦନ୍ତ କରୁଛି ସିବିଆଇ।

ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଶୁଭ୍ରାଙ୍କୁ ଦୁଇ ଦିନ ତଳେ ଗିରଫ କରିଥିଲା। ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ୧୨ ହଜାର କୋଟିର ଠକେଇ କରିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

Related story