ଆଜିଠୁ ଦୁଇଦିନିଆ ଶଟ୍‌ଡାଉନ୍ ଆରମ୍ଭ‌; ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଦୁଇଦିନିଆ ଶଟ୍‌ଡାଉନ୍‌। ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ୨ ଦିନ ଶଟ୍‌ଡାଉନ୍ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସବୁ ଜିଲ୍ଲାର ପ୍ରବେଶ ପଥ ତଥା ସହର ଭିତରେ ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। କୌଣସି ଗୁରୁତ୍ୱପୂର୍ଣ୍ଣ […]

shut-down-1

Niharika Rout
  • Published: Saturday, 13 June 2020
  • , Updated: 13 June 2020, 10:35 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଦୁଇଦିନିଆ ଶଟ୍‌ଡାଉନ୍‌। ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ୨ ଦିନ ଶଟ୍‌ଡାଉନ୍ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସବୁ ଜିଲ୍ଲାର ପ୍ରବେଶ ପଥ ତଥା ସହର ଭିତରେ ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରିବାରୁ ବାରଣ କରାଯାଇଛି।

ଶଟ୍‌ଡାଉନ୍‌ ଯୋଗୁ ଏହି ସବୁ ଜିଲ୍ଲାରେ ଆଜି ରାସ୍ତାଘାଟ ଖାଁ ଖାଁ ହୋଇଛି। ଚଳିତ ମାସର ଏହା ହେଉଛି ଦ୍ୱିତୀୟ ସପ୍ତାହର ଶଟ୍‌ଡାଉନ୍‌। ୧୧ଟି ଜିଲ୍ଲାରେ ଜୁନ ମାସର ସବୁ ଶନି ଓ ରବିବାର ଶଟଡାଉନ୍‌ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଶଟ୍‌ଡାଉନ୍‌ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର।

ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବା ଗୁଡ଼ିକୁ ଶଟ୍‌ଡାଉନ୍‌ରୁ ବାଦ୍ ଦିଆଯାଇଛି । ରାତ୍ରକାଳୀନ କର୍ଫ୍ୟୁରୁ ମଧ୍ୟ NH/SH ପାର୍ଶ୍ୱ ଢାବାକୁ ବାଦ୍ ଦିଆଯାଇଛି । ତେବେ ଢାବାରୁ ଖାଦ୍ୟ କେବଳ ପାର୍ସଲ ଆକାରରେ ନେଇହେବ । ଧାନ, ଚିନାବାଦାମ, ଡାଲି ସଂଗ୍ରହ କାର୍ଯ୍ୟ ମଧ୍ୟ ଶଡଡାଉନ୍‌ ବେଳେ ଚାଲୁ ରହିବ।

Related story