ପୂରିଲା କଣ୍ଟ, ଉଠିଲା ଶଟ୍‌ ଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂରିଲା କଣ୍ଟ, ଉଠିଲା ଶଟ୍‌ ଡାଉନ୍‌। ଆଜି ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଲାଗିଥିବା ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଉଠିଛି। କିନ୍ତୁ ଲକ୍‌ ଡାଉନ୍‌ ବଳବତ୍ତର ରହିବ। ପୂର୍ବ ଭଳି ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ, ସବୁ ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଖୋଲା ରହିବ। କିନ୍ତୁ ଏଠାରେ ଅଜଥା ଭିଡ ନକରିବାକୁ ସମସ୍ତଙ୍କୁ ଅପିଲ୍‌ କରାଯାଇଛି। ଶୁକ୍ରବାର ‘କରୋନା’ରେ ଭଦ୍ରକରେ ୨, କଟକରେ ଜଣେ […]

corona

Manoranjan Sial
  • Published: Sunday, 05 April 2020
  • , Updated: 05 April 2020, 08:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂରିଲା କଣ୍ଟ, ଉଠିଲା ଶଟ୍‌ ଡାଉନ୍‌। ଆଜି ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଲାଗିଥିବା ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଉଠିଛି। କିନ୍ତୁ ଲକ୍‌ ଡାଉନ୍‌ ବଳବତ୍ତର ରହିବ। ପୂର୍ବ ଭଳି ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ, ସବୁ ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଖୋଲା ରହିବ। କିନ୍ତୁ ଏଠାରେ ଅଜଥା ଭିଡ ନକରିବାକୁ ସମସ୍ତଙ୍କୁ ଅପିଲ୍‌ କରାଯାଇଛି।

ଶୁକ୍ରବାର ‘କରୋନା’ରେ ଭଦ୍ରକରେ ୨, କଟକରେ ଜଣେ ଓ ଭୁବନେଶ୍ୱରରେ ୧୫ ଜଣ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ସଙ୍ଗୀନ ହେଉଥିବା ଆଶଙ୍କା କରି ରାଜ୍ୟ ସରକାର ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ଘରୁ ନବାହାରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରାଯାଇଥିଲା। ଏପରିକି ୩ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା। ଆଜି ରାତିରେ ଶଟ୍‌ ଡାଉନ୍‌ ଉଠିବା ପରେ ପୂର୍ବପରି ଖୋଲାରହିବ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ।

ତେବେ ‘କରୋନା’ ସ୍ଥିତିକୁ ଦେଖି ଆଜି ଚରମବାଣୀ ଶୁଣାଇଛନ୍ତି ରାଜ୍ୟ ସରକାର। ଶଟ୍‌ଡାଉନ ପରେ ଯଦି କୌଣସି ଦୋକାନ ବଜାରରେ ଭିଡ଼ ହୁଏ କିମ୍ବା ସାମାଜିକ ଦୂରତ୍ୱ ବଜାୟ ନକଲେ ଆହୁରି କଡ଼ା ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

 

Related story