ନୂଆଖାଇ ପାଇଁ ରାଉରକେଲାରେ କୋହଳ ହେଲା ଶଟଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ପାଇଁ ଆସନ୍ତା ୨୩ତାରିଖ ରବିବାର ରାଉରକେଲା ସହରରେ ସାପ୍ତାହିକ ସଟଡାଉନ ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲା ସହରରେ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ସାପ୍ତାହିକ (ଶନିବାର ଓ ରବିବାର) ସଟଡାଉନ୍ ଲାଗୁ କରିଥିଲେ। ମାତ୍ର ନୂଆଖାଇକୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି। ଅଗଷ୍ଟ […]

rkl

Manoranjan Sial
  • Published: Friday, 21 August 2020
  • , Updated: 21 August 2020, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ପାଇଁ ଆସନ୍ତା ୨୩ତାରିଖ ରବିବାର ରାଉରକେଲା ସହରରେ ସାପ୍ତାହିକ ସଟଡାଉନ ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲା ସହରରେ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ସାପ୍ତାହିକ (ଶନିବାର ଓ ରବିବାର) ସଟଡାଉନ୍ ଲାଗୁ କରିଥିଲେ। ମାତ୍ର ନୂଆଖାଇକୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି। ଅଗଷ୍ଟ ୨୩ତାରିଖ ରବିବାର ରାଉରକେଲା ମହାନଗର ନିଗମ ଅଂଚଳରେ ସାଧାରଣ ଲୋକଙ୍କୁ ନୂଆଖାଇ ପାଳିବା ପାଇଁ ଅନୁମତି ଦିଆଯାଇଛି। ତେବେ ଏହି ଦିନ ଯେଭଳି ଲୋକମାନେ କୌଣସି ସ୍ଥାନରେ ଭିଡ଼ ଜମାଇବେ ନାହିଁ ସେଥିପ୍ରତି ପ୍ରଶାସନ ସତର୍କ ଦୃଷ୍ଟି ରଖିବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧା ଓ ସାନିଟାଇଜ୍ ସହ ନିରାପତ୍ତା ପ୍ରୋଟୋକଲ ପାଳନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଓ କଟକ ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଂଚଳରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଲାଗୁ କରିଥିଲେ।

Related story