ଶୀଘ୍ର ପ୍ରକାଶ ପାଇବ ବ୍ରହ୍ମ ବିଭ୍ରାଟ ରିପୋର୍ଟ

ପୁରୀ: ନବକଳେବର ବ୍ରହ୍ମ ବିଭ୍ରଟ ରିପୋର୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି,“ ନବକଳେବର ବ୍ରହ୍ମ ବିଭ୍ରାଟ ସମ୍ପର୍କିତ ତଦନ୍ତ ଶେଷ ହୋଇଛି। ଏହି ଘଟଣାରେ ନିଲମ୍ବିତ ସେବାୟତ ହାଇକୋର୍ଟକୁ ଯାଇଥିବାରୁ ରିପୋର୍ଟ ପ୍ରକାଶ ପାଇ ନ ଥିଲା। ଏହା ଭିତରେ ହାଇକୋର୍ଟ ସମ୍ପୃକ୍ତ ସେବାୟତଙ୍କ ଅପିଲ୍‌ ଖାରଜ୍‌ କରି ଦେଇଛନ୍ତି। ତେଣୁ ରିପୋର୍ଟ ଚୂଡାନ୍ତ କରାଯାଇ ଶୀଘ୍ର ପ୍ରକାଶ କରାଯିବ।” ନିଲମ୍ବିତ ସେବାୟତ ଜୟକୃଷ୍ଣ ଦାସମହାପାତ୍ର ତଦନ୍ତ […]

suresh mahaptra

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 05:50 PM IST

ପୁରୀ: ନବକଳେବର ବ୍ରହ୍ମ ବିଭ୍ରଟ ରିପୋର୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି,“ ନବକଳେବର ବ୍ରହ୍ମ ବିଭ୍ରାଟ ସମ୍ପର୍କିତ ତଦନ୍ତ ଶେଷ ହୋଇଛି। ଏହି ଘଟଣାରେ ନିଲମ୍ବିତ ସେବାୟତ ହାଇକୋର୍ଟକୁ ଯାଇଥିବାରୁ ରିପୋର୍ଟ ପ୍ରକାଶ ପାଇ ନ ଥିଲା। ଏହା ଭିତରେ ହାଇକୋର୍ଟ ସମ୍ପୃକ୍ତ ସେବାୟତଙ୍କ ଅପିଲ୍‌ ଖାରଜ୍‌ କରି ଦେଇଛନ୍ତି। ତେଣୁ ରିପୋର୍ଟ ଚୂଡାନ୍ତ କରାଯାଇ ଶୀଘ୍ର ପ୍ରକାଶ କରାଯିବ।”

ନିଲମ୍ବିତ ସେବାୟତ ଜୟକୃଷ୍ଣ ଦାସମହାପାତ୍ର ତଦନ୍ତ ରିପୋର୍ଟ ଶୀଘ୍ର ସାର୍ବଜନୀନ କରିବାକୁ ଦାବି କରିଥିବା ବେଳେ ଦଇତାପତି ନିଯୋଗର କୋଷାଧ୍ୟକ୍ଷ ବିନାୟକ ଦାସମହାପାତ୍ର କହିଛନ୍ତି ଯିଏ ଦୋଷୀ ସେ ଲୋକଲୋଚନାକୁ ଆସିବା ଦରକାର। ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଗତକାଲି ଗଜପତି ମହାରାଜ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଏ ନେଇ କିଛି ସେବାୟତ ହୋ-ହାଲ୍ଲା କରିଥିଲେ।

Related story