ସ୍ୱର ବଦଳାଇଲେ ଶିକ୍ଷା ସହାୟକ: ଏଥର କାହା ବିରୋଧରେ ଗର୍ଜିବେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳେ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଗର୍ଜୁଥିଲେ ଶିକ୍ଷା ସହାୟକ। ରାତିରେ ଗଣ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଆଲୋଚନା ପରେ ଆଭିମୁଖ୍ୟ ବଦଳାଇଲେ ଆନ୍ଦୋଳନରତ ଶିକ୍ଷା ସହାୟକ। ରାଜ୍ୟ ବଦଳରେ ଏଣିଛି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଛନ୍ତି ଶିକ୍ଷା ସହାୟକ ସଂଘ ସଭାପତି। ସେ କହିଛନ୍ତି-“ରାଜ୍ୟ ସରକାର ୭ଟି ଦାବିରୁ ୪ଟି ମାନି ନେଇଛନ୍ତି। ୭ମ ବେତନ କମିଶନ ସୁପାରିଶରେ ୨୫% ଦରମା […]

teacher in bbsr

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳେ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଗର୍ଜୁଥିଲେ ଶିକ୍ଷା ସହାୟକ। ରାତିରେ ଗଣ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଆଲୋଚନା ପରେ ଆଭିମୁଖ୍ୟ ବଦଳାଇଲେ ଆନ୍ଦୋଳନରତ ଶିକ୍ଷା ସହାୟକ। ରାଜ୍ୟ ବଦଳରେ ଏଣିଛି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଛନ୍ତି ଶିକ୍ଷା ସହାୟକ ସଂଘ ସଭାପତି।

ସେ କହିଛନ୍ତି-“ରାଜ୍ୟ ସରକାର ୭ଟି ଦାବିରୁ ୪ଟି ମାନି ନେଇଛନ୍ତି। ୭ମ ବେତନ କମିଶନ ସୁପାରିଶରେ ୨୫% ଦରମା ବୃଦ୍ଧି ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି। ନିୟମ ଅନୁସାରେ କେନ୍ଦ୍ର ୬୦% ଓ ରାଜ୍ୟ ୪୦% ଦେବା କଥା। ରାଜ୍ୟର ଚିଠି ସତ୍ତ୍ୱେ କେନ୍ଦ୍ର ସରକାର ସ୍ୱୀକୃତି ଦେଇ ନାହାନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି। ପିଏମ୍‌ଜିରେ ଏହି ଧାରଣା ଚାଲିବ।”

ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ଦରମା ୨୫ ପ୍ରତିଶତ ବୃଦ୍ଧି କରିବା, ୨୦୧୧ରେ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରିବା, ନିୟମିତ ଶିକ୍ଷକଙ୍କ ଗ୍ରେଡ୍ ପେ’ ୨୨ ଶହରୁ ୨୮ ଶହକୁ ବୃଦ୍ଧି କରିବା ଆଦି ଦାବି ପୂରଣ ଶିକ୍ଷା ସହାୟକମାନେ ସମୂହ ଛୁଟିରେ ଯାଇ ଆନ୍ଦୋଳନ କରୁଛି। ଗଣ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶିକ୍ଷାସହାୟକମାନେ ଆନ୍ଦୋଳନର ଆଭିମୁଖ୍ୟ ବଦଳାଇଥିଲା।

Related story