ଶିକ୍ଷକଙ୍କ ମାନସିକ ନିର୍ଯାତନା ସହି ନ ପାରି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ଭଦ୍ରକ ବାସୁଦେବପୁର ନବୋଦୟ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ସେ ଏପରି ପଦକ୍ଷେପ ଉଠାଇଛନ୍ତି। ତାଙ୍କୁ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଶିକ୍ଷକ ଜଣଙ୍କ କାହିଁକି ଛାତ୍ରୀଙ୍କୁ ଆକ୍ଷେପ କରି ଗାଳିଗୁଲଜ କରୁଥିଲେ ତାହା ଜଣାପଡିନାହିଁ। ସ୍କୁଲର ଇଂରାଜୀ ଶିକ୍ଷକ ଟି. ନାରାୟଣନ୍‌ ଛାତ୍ରୀ […]

bhadrak

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 05:15 PM IST

ଭଦ୍ରକ: ଭଦ୍ରକ ବାସୁଦେବପୁର ନବୋଦୟ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ସେ ଏପରି ପଦକ୍ଷେପ ଉଠାଇଛନ୍ତି। ତାଙ୍କୁ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଶିକ୍ଷକ ଜଣଙ୍କ କାହିଁକି ଛାତ୍ରୀଙ୍କୁ ଆକ୍ଷେପ କରି ଗାଳିଗୁଲଜ କରୁଥିଲେ ତାହା ଜଣାପଡିନାହିଁ।

ସ୍କୁଲର ଇଂରାଜୀ ଶିକ୍ଷକ ଟି. ନାରାୟଣନ୍‌ ଛାତ୍ରୀ ଜଣଙ୍କୁ ବିନା କାରଣରେ ନିୟମିତ ଗାଳିଗୁଲଜ କରୁଥିଲେ। ଆଜି ଇଣ୍ଟରନାଲ ପରୀକ୍ଷା ଦେବାକୁ ଛାତ୍ରୀ ଜଣଙ୍କ ଯାଇଥିବା ବେଳେ ନାରାୟଣନ୍‌ ତାଙ୍କୁ ଆକ୍ଷେପ କରି କିଛି କହିଥିଲେ। ଏଥିରେ ମର୍ମାହତ ହୋଇ ଛାତ୍ରୀ ଜଣଙ୍କ ଘରକୁ ପଳାଇ ଆସି ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ପରିବାର ଲୋକେ ଦେଖି ତାଙ୍କୁ ଏଥିରୁ ନିର୍ବୃତ କରିଥିଲେ। ପରିବାର ଲୋକେ ବୁଝାଶୁଝା କରିବା ପରେ ସେ ପରୀକ୍ଷା ଦେବାକୁ ଯାଇଥିଲେ। ସ୍କୁଲରେ ପହଞ୍ଚିବା ପରେ ନାରାୟଣନ୍‌ ପୁଣି ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିରେ ମର୍ମାହତ ହୋଇ ଛାତ୍ରୀ ଜଣଙ୍କ ଜ୍ୟାମିତି ବକ୍ସରେ ଥିବା ବ୍ଲେଡରେ ହାତ କାଟି ଦେଇଥିଲେ। ତାଙ୍କ ହାତରୁ ରକ୍ତସ୍ରାବ ହେଉଥିବା ଜଣେ ଶିକ୍ଷୟିତ୍ରୀ ଦେଖିବା ପରେ ତାଙ୍କୁ ବାସୁଦେବପୁର ହସ୍ପିଟାଲ ନିଆଯାଇଥିଲା।

ଛାତ୍ରୀଙ୍କ ବାପା କାର୍ତ୍ତିକ ପାତ୍ର ଉକ୍ତ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ତେବେ ଶିକ୍ଷକ କାହିଁକି ଛାତ୍ରୀଙ୍କ ଗାଳିଗୁଲଜ କରନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶିକ୍ଷକ ନାରାୟଣନ୍‌ କହିଛନ୍ତି।

Related story