ରଘୁରାଜପୁରରେ ଡିଜାଇନ୍‌ ଦେଖିଲେ ୧୦ ଜଣିଆ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁ ଡିଜାଇନରେ ନିର୍ମାଣ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା କବାଟ? ଏଥିପାଇଁ ୧୦ ଜଣିଆ ଟିମ ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ଡିଜାଇନର ଅନୁଧ୍ୟାନ କରିବା ସହ କିଛି ନମୂନା ସଂଗ୍ରହ କରିଛନ୍ତି। ଏହାମଧ୍ୟରେ ରହିଛି ଶତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ଶହସ୍ରଦଳ ପଦ୍ମ। ରଘୁରାଜପୁର ଯାଇଥିବା ଟିମ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ରୁପା କବାଟ ଦାନ ଦେଉଥିବା ପ୍ରତିନିଧି […]

puri

Manoranjan Sial
  • Published: Tuesday, 10 November 2020
  • , Updated: 10 November 2020, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁ ଡିଜାଇନରେ ନିର୍ମାଣ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା କବାଟ? ଏଥିପାଇଁ ୧୦ ଜଣିଆ ଟିମ ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ଡିଜାଇନର ଅନୁଧ୍ୟାନ କରିବା ସହ କିଛି ନମୂନା ସଂଗ୍ରହ କରିଛନ୍ତି। ଏହାମଧ୍ୟରେ ରହିଛି ଶତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ଶହସ୍ରଦଳ ପଦ୍ମ।

ରଘୁରାଜପୁର ଯାଇଥିବା ଟିମ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ରୁପା କବାଟ ଦାନ ଦେଉଥିବା ପ୍ରତିନିଧି ସାମିଲ ଥିଲେ। ଆସନ୍ତା ୧୯ ତାରିଖରେ ବସିବାକୁ ଥବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କବାଟ ଡଜାଇନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏହାପରେ ଡିଜାଇନ ସମ୍ପର୍କରେ ASIକୁ ପ୍ରସ୍ତାବ ଦିଆଯିବ। ସେଠାରୁ ଅନୁମୋଦନ ମିଳିଲେ ୮ଟି ଯାକ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ ହେବ। ମୁମ୍ବାଇର ଜଣେ ଦାତା ଶ୍ରୀମନ୍ଦିରର ୮ଟି କବାଟର ରୁପା ଛାଉଣୀ ଲାଗି ଅଢେଇ ଟନ ରୁପା ଦାନ ଦେଉଥି ବେଳେ ଏହି ରୁପାରେ ଡିଜାଇନ ପ୍ରସ୍ତୁତ କରାଯିବ।

Related story