ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗ ରୁମ୍‌ରୁ ଜିଲ୍ଲା କୋଷାଗାରକୁ ଗଲା ରୁପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗ ରୁମ୍‌ରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ସ୍ଥାନାନ୍ତର କରିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାବର୍ଷ ରଥଯାତ୍ରାବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ। ଏଣୁ ଏତେ ଦିନ ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସରେ ରୁପାକୁ ସୁରକ୍ଷିତ ରଖିବା ସମ୍ଭବ ହେଉନଥିବାରୁ ଏହାକୁ କୋଷାଗାରକୁ […]

puri temple

Manoranjan Sial
  • Published: Tuesday, 05 October 2021
  • , Updated: 05 October 2021, 05:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗ ରୁମ୍‌ରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ସ୍ଥାନାନ୍ତର କରିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାବର୍ଷ ରଥଯାତ୍ରାବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ। ଏଣୁ ଏତେ ଦିନ ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସରେ ରୁପାକୁ ସୁରକ୍ଷିତ ରଖିବା ସମ୍ଭବ ହେଉନଥିବାରୁ ଏହାକୁ କୋଷାଗାରକୁ ନିଆଯିବାକୁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି। ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୁପାଛାଉଣି ସରିଯାଇଛି। କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି। ପ୍ରାୟ ଏଗାରଟି ବାକ୍ସରେ ରହିଛି ୫ କ୍ୱିଣ୍ଟାଲ ରୁପା।

Related story