ଜୁନ୍‌ ୧୬ରୁ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର: ବର୍ଷା ଋତୁ ଆଗମନ ଯୋଗୁଁ ଚଳିତମାସ ୧୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ ଜାତୀୟ ପାର୍କ। ପାର୍କ ଓଅଭୟାରଣ୍ୟ ଆସନ୍ତା ନଭେମ୍ବର ମାସ ଯାଏଁ ବନ୍ଦ ରହିବ। ଏ ନେଇ ଆଜି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ ଜାତୀୟ ପାର୍କର ଫିଲ୍ଡ ନିର୍ଦ୍ଦେଶକ ହରିଶଙ୍କର ବିଷ୍ଟ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ନଭେମ୍ବର ମାସରେ ଅଭୟାରଣ୍ୟ ଖୋଲିବାକୁ ଦିନ ଧାର୍ଯ୍ୟ କରାଯାଇଛି। ହେଲେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ […]

ARV_TIGER_68254f

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 05:35 PM IST

ଭୁବନେଶ୍ୱର: ବର୍ଷା ଋତୁ ଆଗମନ ଯୋଗୁଁ ଚଳିତମାସ ୧୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ ଜାତୀୟ ପାର୍କ। ପାର୍କ ଓଅଭୟାରଣ୍ୟ ଆସନ୍ତା ନଭେମ୍ବର ମାସ ଯାଏଁ ବନ୍ଦ ରହିବ। ଏ ନେଇ ଆଜି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ ଜାତୀୟ ପାର୍କର ଫିଲ୍ଡ ନିର୍ଦ୍ଦେଶକ ହରିଶଙ୍କର ବିଷ୍ଟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ନଭେମ୍ବର ମାସରେ ଅଭୟାରଣ୍ୟ ଖୋଲିବାକୁ ଦିନ ଧାର୍ଯ୍ୟ କରାଯାଇଛି। ହେଲେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ ଜାତୀୟ ପାର୍କ କେବେ ଖୋଲିବ ଠିକରେ କହି ହେବ ନାହିଁ। କାରଣ ଜଳବାୟୁ ଓ ରାସ୍ତାର ମରାମତି ଉପରେ ଏହା ନିର୍ଭର କରେ। ବର୍ଷା ଯୋଗୁଁ ଶିମିଳିପାଳ ଭିତର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଯାଇଥାଏ। ଏହା ମରାମତି ହେବା ପରେ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।”

Related story