ନଭେମ୍ୱର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା(ମାଣିକଲାଲ ପାଣି): ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ନଭେମ୍ବର ୧ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ ଖୋଲିଲେ ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍‌ ପଟୁ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ପ୍ରବେଶ କରିପାରିବ। ସେହିପରି ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡିକୁ ଅନୁମତି ଦିଆଯିବ। ପ୍ରତିଦିନ ସକାଳ ୬ଟା ରୁ ୯ ଟା […]

similipal

Manoranjan Sial
  • Published: Wednesday, 28 October 2020
  • , Updated: 28 October 2020, 07:48 AM IST

ବାରିପଦା(ମାଣିକଲାଲ ପାଣି): ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ନଭେମ୍ବର ୧ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା।

ଶିମିଳିପାଳ ଅଭୟାରଣ୍ୟ ଖୋଲିଲେ ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍‌ ପଟୁ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ପ୍ରବେଶ କରିପାରିବ। ସେହିପରି ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡିକୁ ଅନୁମତି ଦିଆଯିବ। ପ୍ରତିଦିନ ସକାଳ ୬ଟା ରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ବରେହିପାଣିକୁ ମିଶାଇ ଗୁଡୁଗୁଡ଼ିଆ, ରାମତୀର୍ଥ, କୁମାରୀ, ଜାମୁଆଣିଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ଯାପନ ବ୍ୟବସ୍ଥା କରାଯାଇଛି।

ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ www.ecotourodisha.com ରେ ଇ-ମେଲ ମାଧ୍ୟମରେ ଅଗ୍ରୀମ ବୁକିଙ୍କ କରି ପାରିବେ। ଅଭୟାରଣ୍ୟରେ ଭ୍ରମଣ ବେଳେ ପର୍ଯ୍ୟଟକମାନେ ସାନିଟାଇଜ ଓ ମାକ୍ସ ପିନ୍ଧିବା ସହ Covid 19 କୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।

Related story