ସୁରମଣି ପଣ୍ଡିତ ରଘୁନାଥଙ୍କୁ ସଂଗୀତରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ‘ନମାମି ସୁରମଣି’ ଶୀର୍ଷକ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ରଵୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହିଁ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର କେତୋଟି କାଳଜୟୀ ଗୀତ ଗାଇଥିଲେ। ‘ଆଗୋ ଚନ୍ଦ୍ରିକା… ଗୀତଠାରୁ […]

singers-pay-a-musical-tribute-to-late-suramani-pandit-raghunath-panigrahi-on-his-87th-birthday

Manoranjan Sial
  • Published: Saturday, 10 August 2019
  • , Updated: 10 August 2019, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ 'ନମାମି ସୁରମଣି' ଶୀର୍ଷକ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ରଵୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି।

ଏହିଁ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର କେତୋଟି କାଳଜୟୀ ଗୀତ ଗାଇଥିଲେ। ‘ଆଗୋ ଚନ୍ଦ୍ରିକା... ଗୀତଠାରୁ ଆରମ୍ଭ କରି ଚମ୍ପକ ବରଣୀ ଗୋ..., ତେଲୁଗୁ ଗୀତ ‘ଚଲନି ରାଜା’ ଓ ଚନ୍ଦା ମାମା ଭଳି ଅତି ଲୋକପ୍ରିୟ ଗୀତ ଗୁଡ଼ିକୁ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଗାଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ଗୌତମ ଗିରି, ଆଦ୍ୟାଶା ଦାଶ, ନାଜିଆ ଆଲାମ ପ୍ରମୁଖ ସ୍ୱର୍ଗତ ପାଣିଗ୍ରାହୀଙ୍କ କଣ୍ଠରୁ ନିଃସୃତ ଗୀତଗୁଡ଼ିକୁ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପରିଚାଳନା ଉପଦେଷ୍ଟା ତଥା ପଣ୍ଡିତ ରଘୁନାଥଙ୍କ ସୁପୁତ୍ର ବାବୁ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ଶିକ୍ଷାବିତ ତଥା ଅଭିନେତ୍ରୀ ଡଃ ମାଳବିକା ରାୟ ଯୋଗଦେଇଥିଲେ।

Related story