୨୧୭୨ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୧୭୧.୮୨କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୫୨୪୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏହି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ବସିଥିଲା। ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଆବଶ୍ୟକତା ଅନୁସାରେ ଜମି ଓ ଜଳ ଯୋଗାଇବା ନିମନ୍ତେ ବୈଜ୍ଞାନିକସମ୍ମତ ଆକଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ […]

cement factory

Ordigital Desk
  • Published: Saturday, 04 September 2021
  • , Updated: 04 September 2021, 09:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୧୭୧.୮୨କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୫୨୪୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏହି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ବସିଥିଲା। ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଆବଶ୍ୟକତା ଅନୁସାରେ ଜମି ଓ ଜଳ ଯୋଗାଇବା ନିମନ୍ତେ ବୈଜ୍ଞାନିକସମ୍ମତ ଆକଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଏହି ନିବେଶ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସିମେଣ୍ଟ ଗ୍ରାଇଣ୍ଡିଂ, ଇଥନଲ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ରହିଛି। ଯାଜପୁରରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରାଇଣ୍ଡିଂ ସ୍ଥାପନ କରିବା ପାଇଁ ମାଇ ହୋମ୍ ଇଣ୍ଡଷ୍ଟ୍ରି ୬୫୦କୋଟି ଟଙ୍କା ବିନିଯୋଗ କରିବ ଓ ପ୍ରାୟ ୭୫୦ଜଣଙ୍କୁ ନିଯୁକ୍ତି ଦେବ। ସେହିପରି ଏଲଏନ୍ ମେଟାଲିକ୍ସ ମଧ୍ୟ ଝାରସୁଗୁଡ଼ାରେ ୨୦୫କୋଟି ଟଙ୍କା ସ୍ପଞ୍ଜ ଆଇରନ, ପେଲେଟ୍ ଆଦି ପାଇଁ ବିନିଯୋଗ କରିବ ଓ ୫୭୧ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ । ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ମଧ୍ୟ ପାରାଦୀପର ଉଦୟବଟଠାରେ ୧୫୦କୋଟି ଟଙ୍କା ନିବେଶ କରି ନଦୀଭିତ୍ତିକ ଜେଟି ନିର୍ମାଣ କରିବ ଏଥିରେ ୨୮୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ରାମକୋ ସିମେଣ୍ଟ ମଧ୍ୟ ଯାଜପୁର ହରିଦାସପୁରରେ ଥିବା ନିଜର ପ୍ଲାଣ୍ଟର ସମ୍ପ୍ରସାରଣ କରିବ। ଏଥିପାଇଁ ୧୯୦କୋଟି ଟଙ୍କା ବିନିଯୋଗ କରିବ ଓ ୬୦ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।
ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୩ଟି କମ୍ପାନୀ ତାରକା ହୋଟେଲ ଖୋଲିବା ପାଇଁ ଦେଇଥିବା ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଲକ୍ସରିଓ ଆସେଟ୍ ପ୍ରାଃ ଲିଃ ୧୮୧.୬୦କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଜିଲ୍ଲାରେ ଏକ ପଂଚତାରକା ହୋଟେଲ ନିର୍ମାଣ କରିବ ଓ ୨୨୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଶୈଳବାଳା ଇନଫ୍ରାଷ୍ଟକଚର ପ୍ରାଃ ଳିଃ ୧୦୭.୫୦ କୋଟି ଟଙ୍କାରେ ୪ତାରକା ହୋଟେଲ ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଂଚଳରେ କରିବ । ଏଥିରେ ୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଲାଲଚାନ୍ଦ ରିସୋର୍ଟ ଖୋର୍ଦ୍ଧା ଜିଲ୍ଲାରେ ୧୧୯.୬୭କୋଟି ଟଙ୍କାରେ ହୋଟେଲ ଓ ବିଳାସମୟ ରିସୋର୍ଟ କରିବ ଏଥିରେ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ବୈଠକରେ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Related story