ଶିଶୁଭବନ ଶିଶୁମୃତ୍ୟୁ ଘଟଣା: କଂଗ୍ରେସ ଟିମର ଅନୁଧ୍ୟାନ

କଟକ: ଶିଶୁଭବନରେ ଶିଶୁ ମୃତ୍ୟୁର ଅନୁଧ୍ୟାନ କରିବା ପାଇଁ ଆଜି ସନ୍ଧ୍ୟାରେ କଟକରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତାମାନେ। ଶିଶୁ ଭବନରେ ୱାର୍ଡକୁ ୱାର୍ଡକୁ ବୁଲି ରୋଗୀମାନଙ୍କୁ ପଚାରି ବୁଝୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକମାନେ। ଏଥିରେ ଅଞ୍ଚନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜୟପୁର ବିଧାୟକ ତାରା ବାହାନୀପତି,ଚିରଞ୍ଜୀବ ବିଶ୍ୱାଳ, କଟକ କଂଗ୍ରେସର ମହମ୍ମଦ ମୋକିମଙ୍କ ପ୍ରମୁଖ ବରିଷ୍ଠ ନେତା।ସୂଚନାଯୋଗ୍ୟ, ଶିଶୁଭବନରେ ଶୁକ୍ରବାର ସୁଦ୍ଧା ୪୧ ଜଣ ଶିଶୁଙ୍କର […]

sishubhawan

sishubhawan

Rakesh Mallick
  • Published: Friday, 28 August 2015
  • Updated: 28 August 2015, 01:53 PM IST

କଟକ: ଶିଶୁଭବନରେ ଶିଶୁ ମୃତ୍ୟୁର ଅନୁଧ୍ୟାନ କରିବା ପାଇଁ ଆଜି ସନ୍ଧ୍ୟାରେ କଟକରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତାମାନେ। ଶିଶୁ ଭବନରେ ୱାର୍ଡକୁ ୱାର୍ଡକୁ ବୁଲି ରୋଗୀମାନଙ୍କୁ ପଚାରି ବୁଝୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକମାନେ। ଏଥିରେ ଅଞ୍ଚନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜୟପୁର ବିଧାୟକ ତାରା ବାହାନୀପତି,ଚିରଞ୍ଜୀବ ବିଶ୍ୱାଳ, କଟକ କଂଗ୍ରେସର ମହମ୍ମଦ ମୋକିମଙ୍କ ପ୍ରମୁଖ ବରିଷ୍ଠ ନେତା।ସୂଚନାଯୋଗ୍ୟ, ଶିଶୁଭବନରେ ଶୁକ୍ରବାର ସୁଦ୍ଧା ୪୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଜି ଦିନରେ ୬ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ଢେଙ୍କ।ନାଳ, ବାଲେଶ୍ୱର, ବାଲିଆପାଳ,କଟକ,ରାଜଗାଙ୍ଗପୁର ଓ ଚଣ୍ଡିଖୋଲର ବୋଲି ଜଣାପଡିଛି। ଏହାକୁ ମିଶାଇ ଗତ ୮ଦିନ ଭିତରେ ଶିଶୁ ଭବନରେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି। ଗତ ସପ୍ତାହେ ଧରି ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣା ବୃଦ୍ଧି ପାଇଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos