ଶିଶୁମୃତ୍ୟୁ ଘଟଣା ପାଇଁ ବିଜେଡି ସରକାର ସମ୍ପୂର୍ଣ୍ଣ ଦାୟୀ, ଶାସନରେ ରହିବାର ନୈତିକତା ହରାଇଛି ଦଳ: ପିସିସି ସଭାପତି

ଭୁବନେଶ୍ୱର: ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣା ପାଇଁ ବିଜେଡି ସରକାରକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ମଙ୍ଗଳବାର ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଶିଶୁଭବନରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୃତ୍ୟୁ ଘଟି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରଟୁଏ ବି ସ୍ଥିତି ଅନୁଧ୍ୟାନ ଲାଗି ଯାଇନାହାନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ଶିଳାନ୍ୟାସ କରୁଥିବା ବେଳେ ଶିଶୁଭବନକୁ ଥରେ ଯିବାକୁ ଟିକେ ସମୟ ପାଉନାହାନ୍ତି । […]

prasad

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 12:35 PM IST

ଭୁବନେଶ୍ୱର: ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣା ପାଇଁ ବିଜେଡି ସରକାରକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ମଙ୍ଗଳବାର ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଶିଶୁଭବନରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୃତ୍ୟୁ ଘଟି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରଟୁଏ ବି ସ୍ଥିତି ଅନୁଧ୍ୟାନ ଲାଗି ଯାଇନାହାନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ଶିଳାନ୍ୟାସ କରୁଥିବା ବେଳେ ଶିଶୁଭବନକୁ ଥରେ ଯିବାକୁ ଟିକେ ସମୟ ପାଉନାହାନ୍ତି । ହରିଚନ୍ଦନ ରାଜ୍ୟ ସ୍ୱସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିଜେଡି ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି । ଶିଶୁମୃତ୍ୟୁ ଓ ସ୍ୱାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତକୁ ଦେଖିଲେ ବିଜେଡି ଦଳ ସରକାରରେ ରହିବାକୁ ତାର ନୈତିକତା ହରାଇଥିବା ସେ କହିଛନ୍ତି ।

ସେହିପରି ସାରଥି ବିବାଦ ପରେ ତ୍ରାହି ଅଚ୍ୟୁତି ଆଶ୍ରମ ବିବାଦକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ଯେ, ସରକାର ଧର୍ମ ନାଁରେ ବ୍ୟଭିଚାର ଚଳାଇଥିବା ଆଶ୍ରମ ଉପରେ ନଜର ରଖନ୍ତୁ । ତ୍ରାହି ଅଚ୍ୟୁତ ଆଶ୍ରମ ସମ୍ପର୍କରେ ବହୁ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପିସିସି ସଭାପତି ହରିଚନ୍ଦନ ଦାବି କରିଛନ୍ତି । ଏପରି ଆଶ୍ରମ ଉପରେ ସରକାର ତୀକ୍ଷ୍ନ ନଜର ରଖିବା ଦରକାର ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ଥିବା ଆଶ୍ରମ ସମ୍ପର୍କରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

Related story