ଶିଶୁମୃତ୍ୟୁ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଆସନ୍ତାକାଲି ବିଜେପିର ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର: ଶିଶୁଭବନରେ ଶିଶୁମୃତ୍ୟୁ ସମେତ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜେପି ପକ୍ଷରୁ ଆସନ୍ତାକାଲି ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସରକାରଙ୍କ ଉଦାସୀନତାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିବା ସହ ଚରମସୀମାରେ ପହଞ୍ଚିଛି । ଶିଶୁ ଭବନରେ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁ ଆଖି ବୁଜୁଛନ୍ତି । ସରକାରଙ୍କ ପକ୍ଷରୁ ସାମାନ୍ୟତମ ପ୍ରତିଶେଧକ ବ୍ୟବସ୍ଥା କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି । ଏହାସହ […]

bjp

bjp

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 04:34 PM IST

ଭୁବନେଶ୍ୱର: ଶିଶୁଭବନରେ ଶିଶୁମୃତ୍ୟୁ ସମେତ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜେପି ପକ୍ଷରୁ ଆସନ୍ତାକାଲି ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସରକାରଙ୍କ ଉଦାସୀନତାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିବା ସହ ଚରମସୀମାରେ ପହଞ୍ଚିଛି । ଶିଶୁ ଭବନରେ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁ ଆଖି ବୁଜୁଛନ୍ତି । ସରକାରଙ୍କ ପକ୍ଷରୁ ସାମାନ୍ୟତମ ପ୍ରତିଶେଧକ ବ୍ୟବସ୍ଥା କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାର ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ବିଫଳ ହୋଇଛନ୍ତି । ଏହାର ପ୍ରତିବାଦରେ ଆସନ୍ତାକାଲି ଦଳ ପକ୍ଷରୁ ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଭିନ୍ନ ସ୍ଥାନରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜୟ ମହାପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos