ଶୀତଳଷଷ୍ଠୀ : ମହାଦେବଙ୍କ ବିବାହ ସଂପନ୍ନ, ଆଜି ମନ୍ଦିର ପ୍ରବେଶ

ସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତିଙ୍କ ବିବାହ ପାରମ୍ପରିକ ରୀତିନୀତିରେ ସଂପନ୍ନ ହୋଇଛି। ଗତକାଲି ରାତିରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଆଳତୀ ପରେ ମନ୍ଦିରରୁ ଆଣି ପରଭା ମଧ୍ୟରେ ସୁନାରୂପା ଖଚିତ ବିମାନରେ ଉପବେସନ କରାଯାଇଥିଲା। ପରେ ବିଳମ୍ୱିତ ରାତିରେ  ବିଭିନ୍ନ ଶିବାଳୟରୁ ମହାଦେବ ବରବେଶ ହୋଇ ବାଜା ରୋଷଣୀ ସହ ପୁରୋହିତ ଓ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହାରିଥିଲେ ବିବାହ ଶୋଭାଯାତ୍ରାରେ। ଶ୍ରଦ୍ଧାଳୁମାନେ ବିମାନକୁ କାନ୍ଧରେ ବୋହି ବିବାହ […]

sambulpur

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 09:48 AM IST

ସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତିଙ୍କ ବିବାହ ପାରମ୍ପରିକ ରୀତିନୀତିରେ ସଂପନ୍ନ ହୋଇଛି। ଗତକାଲି ରାତିରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଆଳତୀ ପରେ ମନ୍ଦିରରୁ ଆଣି ପରଭା ମଧ୍ୟରେ ସୁନାରୂପା ଖଚିତ ବିମାନରେ ଉପବେସନ କରାଯାଇଥିଲା। ପରେ ବିଳମ୍ୱିତ ରାତିରେ  ବିଭିନ୍ନ ଶିବାଳୟରୁ ମହାଦେବ ବରବେଶ ହୋଇ ବାଜା ରୋଷଣୀ ସହ ପୁରୋହିତ ଓ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହାରିଥିଲେ ବିବାହ ଶୋଭାଯାତ୍ରାରେ। ଶ୍ରଦ୍ଧାଳୁମାନେ ବିମାନକୁ କାନ୍ଧରେ ବୋହି ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଦେବ, ନର, କିନ୍ନର ଓ ଗନ୍ଧର୍ବ ସାମିଲ ହୋଇଥିଲେ।  ଦୁଲଦୁଲି, ଢୋଲ, ନିଶାନ ରୋଷଣୀ ସାଙ୍ଗକୁ  ଲୋକଗୀତ ଓ ଲୋକନୃତ୍ୟର ତାଳେତାଳେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଯାଇ ପହଞ୍ଚିଥିଲେ କନ୍ୟା ଘରେ। କନ୍ୟା ଘରେ ମହାଦେବଙ୍କୁ ବାଟବରଣୀ କରାଯାଇଥିଲା।

ଶେଷରେ ହାତ ଗଣ୍ଠି ପଡ଼ିବା ସହ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଯୁଗଳ ଦର୍ଶନ ଶୋଭାଯାତ୍ରା ପରେ ଆଜି ସନ୍ଧ୍ୟାରେ ଦେବଦମ୍ପତି ମନ୍ଦିର ପ୍ରବେଶ କରିବେ।

Related story