ସରିଲା ଦେବ ଦମ୍ପତିଙ୍କ ବାହାଘର, ବାଜାବାଣ ରୋଷଣୀରେ ଉଛୁଳିଲା ପରିବେଶ

ସମ୍ବଲପୁର,(ପବନ ତିୱାରୀ): ମର୍ତ୍ତ୍ୟରେ ଦେବ ଦମ୍ପତିଙ୍କ ବାହାଘର। ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ଶୀତଳଷଷ୍ଠୀ ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ଯୁଗଳ ଦର୍ଶନ ଶୋଭାଯାତ୍ରା । ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ଅନ୍ୟ ପଡ଼ାରୁ ବାହାରିଥିଲା ହର-ପାର୍ବତୀଙ୍କ ଶୋଭାଯାତ୍ରା । ଦେବ, ନର, କିନ୍ନରଙ୍କ ସମାଗମରେ ଉଛୁଳି ଉଠିଥିଲା ସମ୍ବଲପୁର ସହର। ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟ ସାଙ୍ଗକୁ ବାଜା, ବାଣ ରୋଷଣୀ ମଧ୍ୟରେ […]

sital

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 10:36 PM IST

ସମ୍ବଲପୁର,(ପବନ ତିୱାରୀ): ମର୍ତ୍ତ୍ୟରେ ଦେବ ଦମ୍ପତିଙ୍କ ବାହାଘର। ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ଶୀତଳଷଷ୍ଠୀ ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ଯୁଗଳ ଦର୍ଶନ ଶୋଭାଯାତ୍ରା । ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ଅନ୍ୟ ପଡ଼ାରୁ ବାହାରିଥିଲା ହର-ପାର୍ବତୀଙ୍କ ଶୋଭାଯାତ୍ରା । ଦେବ, ନର, କିନ୍ନରଙ୍କ ସମାଗମରେ ଉଛୁଳି ଉଠିଥିଲା ସମ୍ବଲପୁର ସହର।

ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟ ସାଙ୍ଗକୁ ବାଜା, ବାଣ ରୋଷଣୀ ମଧ୍ୟରେ ଆଗେଇ ଚାଲିଥିଲା ପଟୁଆର। ବିଶ୍ୱାସ ରହିଛି, ହରପାର୍ବତୀଙ୍କର ଏହି ବିରଳ ଯୁଗଳ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ । ସେଇଥିପାଇଁ ପ୍ରବଳ ଗରମ ସତ୍ତ୍ୱେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ପାରମ୍ପରିକ ଓ ଆଧୁନିକ ନୃତ୍ୟ ସହ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୬ ହଜାର କଳାକାର ସାମିଲ ହୋଇଥିଲେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ।  ନଗର ପରିକ୍ରମା ପରେ ସଂଧ୍ୟାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରବେଶ କରିଛନ୍ତି ଦେବ ଦମ୍ପତ୍ତି।

Related story