ଆତ୍ମନିର୍ଭର ରାସ୍ତା ଦେଖାଇଲେ ସୀତାରାମ

ସୋର (ଶଶିକାନ୍ତ ବେହେରା): ଆତ୍ମନିର୍ଭର ହେବା ପାଇଁ ବାଙ୍ଗାଲୁରୁରୁ ଭଲ ଚାକିରି ଛାଡ଼ି ଗାଁକୁ ଆସିଲେ। ଗାଁରେ ବୈଜ୍ଞାନିକ ଜ୍ଞାନ କୌଶଳରେ ଚାଷ କରି ନିଜେ ସ୍ୱାବଲମ୍ୱି ହେବା ସହିତ ଅନ୍ୟମାନଙ୍କ ମୁହଁରେ ଦାନା ଯୋଗାଇ ପାରିଛନ୍ତି। ଏପରି ଜଣେ ଶିକ୍ଷିତ ଯୁବକ ହେଲେ ସୀତାରାମ ନାୟକ। ସିମୁଳିଆ ବ୍ଲକ୍‌ ବାଙ୍ଗର ଖଡିଗଡିଆ ଅଞ୍ଚଳର ସୀତାରାମ ନାୟକ। ବେଙ୍ଗାଲୁରୁରେ ଚାକିରି କରି ଭଲ ଦରମା ପାଉଥିଲେ। ମହାମାରୀ କରୋନା ସମୟରେ ଦିଆଯାଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ […]

farmeing

Manoranjan Sial
  • Published: Saturday, 23 January 2021
  • , Updated: 23 January 2021, 07:38 PM IST

ସୋର (ଶଶିକାନ୍ତ ବେହେରା): ଆତ୍ମନିର୍ଭର ହେବା ପାଇଁ ବାଙ୍ଗାଲୁରୁରୁ ଭଲ ଚାକିରି ଛାଡ଼ି ଗାଁକୁ ଆସିଲେ। ଗାଁରେ ବୈଜ୍ଞାନିକ ଜ୍ଞାନ କୌଶଳରେ ଚାଷ କରି ନିଜେ ସ୍ୱାବଲମ୍ୱି ହେବା ସହିତ ଅନ୍ୟମାନଙ୍କ ମୁହଁରେ ଦାନା ଯୋଗାଇ ପାରିଛନ୍ତି। ଏପରି ଜଣେ ଶିକ୍ଷିତ ଯୁବକ ହେଲେ ସୀତାରାମ ନାୟକ।

ସିମୁଳିଆ ବ୍ଲକ୍‌ ବାଙ୍ଗର ଖଡିଗଡିଆ ଅଞ୍ଚଳର ସୀତାରାମ ନାୟକ। ବେଙ୍ଗାଲୁରୁରେ ଚାକିରି କରି ଭଲ ଦରମା ପାଉଥିଲେ। ମହାମାରୀ କରୋନା ସମୟରେ ଦିଆଯାଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଚାକିରି ଛାଡି ଗାଁକୁ ଫେରି ଆସିଥିଲେ ସୀତାରାମ। ଆତ୍ମନିର୍ଭରଶିଳ ହେବା ପାଇଁ ୭ ଜଣ ସାଙ୍ଗଙ୍କୁ ଏକାଠି କରି ବୈଜ୍ଞାନିକ ଜ୍ଞାନ କୌଶଳରେ ଚାଷ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ଅଳ୍ପ ଜମିରେ ଚାଷ କରିଥିଲେ। ସେଥିରେ ସେ ଅଖିଦୃଶିଆ ଲାଭ କରିପାରିନଥିଲେ। କିନ୍ତୁ ହାର ମାନିନଥିଲେ ସୀତାରାମ। ବୈଜ୍ଞାନିକ ଜ୍ଞାନ କୌଶଳରେ କୃଷି ଶିଖିବା ପାଇଁ ସେ ନାଗପୁର କୃଷି ବିଜ୍ଞାନ କେନ୍ଦ୍ରକୁ ଗଲେ। ସେଠାରୁ ବୁନ୍ଦା ଜଳସେଚନ ମାଧ୍ୟମରେ କିପରି ଅଳ୍ପ ପାଣି, ସାର ଓ ବିଷରେ କିପରି ଚାଷ କରାଯାଇପାରିବ, ସେ ସମ୍ପର୍କରେ ତାଲିମ ନେଲେ। ପରେ ନିଜେ ବୁନ୍ଦା ଜଳସେଚନ କରି ଭଲ ଅମଳ କରିବା ସାଙ୍ଗକୁ ଅଧିକ ରୋଜଗାର କରିପାରୁଛନ୍ତି। ସେ ଜଣେ ସଫଳ ଚାଷୀ ହୋଇପାଇରିଛନ୍ତି।

ବୁନ୍ଦା ଜଳସେଚନ କରି ସୀତାରାମ ଏବେ ବାଇଗଣ, ବିଲାତି, ଭେଣ୍ଡି, ଜହ୍ନି, କାକୁଡି, କଲରା, ବୋଇତି କଖାରୁ ଭଳି ଅନେକ ପନିପରିବା ଚାଷ କରୁଛନ୍ତି। ଆଉ ଏହି ଉତ୍ପାଦିତ ପନିପରିବାକୁ ସୋର, ଭଦ୍ରକ ଓ ଭୁବନେଶ୍ୱରକୁ ପଠାଉଛନ୍ତି। ତେବେ ଏହି ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରି ଲାଭବାନ ହେଇପାରୁଥିବାରୁ ଆଗାମୀ ଦିନରେ କ୍ୟାପ୍‌ସିକମ୍‌ ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ଅନ୍‌ଲାଇନରେ ବିକ୍ରୟ କରିବା ପାଇଁ ଆମାଜନ ଭଳି ସଂସ୍ଥା ସହ ମଧ୍ୟ ଆଲୋଚନା ଚାଲିଥିବା କହିଛନ୍ତି ଚାଷୀ ସୀତାରାମ।

Related story