ବନ୍ୟା ପରିସ୍ଥିତି: ୧୦ଟି ଏନଡିଆରଏଫ୍ ଓ ୧୪ଟି ଓଡ୍ରାଫ ଟିମ୍ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୨୧ଟି ଏନଡିଆରଏଫ ଓ ଓଡ୍ରାଫ ଟିମ ସହ ୧୪ଟି ଅଗ୍ନିଶମ ସେବା ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରିଛନ୍ତି। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବନ୍ୟାଜନିତ ବିପଦରୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଏବେ ୧୦ଟି ଏନଡିଆରଏଫ ଓ ୧୪ଟି ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଓଡ୍ରାଫ ଟିମ୍ […]

flood-3--1

Tapas Behera
  • Published: Friday, 28 August 2020
  • , Updated: 28 August 2020, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୨୧ଟି ଏନଡିଆରଏଫ ଓ ଓଡ୍ରାଫ ଟିମ ସହ ୧୪ଟି ଅଗ୍ନିଶମ ସେବା ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରିଛନ୍ତି। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବନ୍ୟାଜନିତ ବିପଦରୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଏବେ ୧୦ଟି ଏନଡିଆରଏଫ ଓ ୧୪ଟି ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ ହୋଇଥିବାବେଳେ ବାଲେଶ୍ୱରରେ ଗୋଟିଏ ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ୍‌, ଭଦ୍ରକରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ, ଯାଜପୁରରେ ଦୁଇଟି ଓଡ୍ରାଫ ଓ ୩ଟି ଏନଡିଆରଏଫ ଟିମ , କେନ୍ଦ୍ରାପଡ଼ାରେ ୨ଟି ଓଡ୍ରାଫ ଓ ୧ଟି ଏନଡିଆରଏଫ ଟିମ ମୁତୟନ କରାଯାଇଛି।

ସେହିପରି ଜଗତସିଂହପୁର,ପୁରୀ,ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାକୁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ପଠାଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାକୁ ୧ଟି ଏନଡିଆରଏଫ ଓ ପୁରୀରେ ୨ଟି ଏନଡିଆରଏଫ୍ ଟିମ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ୧୪ଟି ଅଗ୍ନିଶମ ସେବା ଟିମ ମଧ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୫ଟି, ପୁରୀ ଜିଲ୍ଲାକୁ ୫ଟି, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୨ଟି ଲେଖାଏଁ ଟିମ୍ ପଠାଯାଇଛି।

Related story