ଘର ଭିତରେ ପଡ଼ିଛି ୬ ଜଣଙ୍କ ମୃତଦେହ! କାରଣ ଅସ୍ପଷ୍ଟ

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ଘର ଭିତରେ ପଡ଼ିଛି ୬ଟି ମୃତଦେହ। ସମସ୍ତ ମୃତଦେହ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଆଉ ସାଇଣ୍ଟିକ୍‌ ଟିମ୍‌କୁ ଅପେକ୍ଷା କରିଛି। ସାଇନ୍‌ଣ୍ଟିକ୍‌ ଟିମ୍‌ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ। ମୃତକ ହେଉଛନ୍ତି ବୁଲୁ ଜାନୀ ଓ ତାଙ୍କ ପରିବାର ଲୋକ। […]

pat

Manoranjan Sial
  • Published: Wednesday, 11 November 2020
  • , Updated: 11 November 2020, 01:15 PM IST

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ଘର ଭିତରେ ପଡ଼ିଛି ୬ଟି ମୃତଦେହ। ସମସ୍ତ ମୃତଦେହ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଆଉ ସାଇଣ୍ଟିକ୍‌ ଟିମ୍‌କୁ ଅପେକ୍ଷା କରିଛି। ସାଇନ୍‌ଣ୍ଟିକ୍‌ ଟିମ୍‌ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ। ମୃତକ ହେଉଛନ୍ତି ବୁଲୁ ଜାନୀ ଓ ତାଙ୍କ ପରିବାର ଲୋକ।

ବୁଲୁ ଦୀର୍ଘ ୧୦ ବର୍ଷ ଧରି ସଅଁରାପଡ଼ା ଗାଁରେ ରହି ମହୁ ବେପାର କରୁଥିଲେ। ତାଙ୍କର ପରିବାର କହିଲେ ପତ୍ନୀ, ୩ ପୁଅ ଓ ଏକ ମାତ୍ର ଝିଅ। ଆଜି ଦୀର୍ଘ ସମୟ ଧରି ବୁଲୁ ଘର କବାଟ ଖୋଲି ନଥିଲେ। ପଡ଼ୋଶୀମାନେ ଡାକିଥିଲେ ମଧ୍ୟ କେହି ଖୋଲି ନଥିଲେ। ତେବେ ଝରକାରେ ଦେଖିବାକୁ ମିଳିଥିଲା, ସମସ୍ତେ ଘର ଭିତରେ କମ୍ୱଳ ଘୋଡେଇ ହୋଇ ଶୋଇଛନ୍ତି। ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅତିରିକ୍ତ ଏସ୍‌ପି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କମ୍ୱଳ ଭିତରେ ବୁଲୁ, ତାଙ୍କ ପତ୍ନୀ, ୩ ପୁଅ ଓ ଝିଅଙ୍କ ମୃତଦେହ ପଡ଼ିଥିବା ଅତିରିକ୍ତ ଏସ୍‌ପି କହିଛନ୍ତି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ବୁଲୁ ଜାନିଙ୍କ ପରିବାର ଭିତରେ ପାଟିତୁଣ୍ଡ ହେଉଥିବା ଶୁଣିବାକୁ ମିଳିଥିଲା।

Related story