Advertisment

କ’ଣ ପାଇଁ ୬ ଜଣଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦେଲେ ସରକାର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ନେଇ କଠୋର ହେଉଛନ୍ତି ରାଜ୍ୟ ସରକାର। ତେଣୁ ଦୁର୍ନୀତି ଓ ଅପାରଗତା ପାଇଁ ୬ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାର ଅବସର ଦେଇଛନ୍ତି। ସେମାନଙ୍କ ଭିତରୁ ୪ ଇଂଜିନିୟର ଥିବା ବେଳେ ୨ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି। ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଅଫିସରମାନେ ହେଲେ- କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା, କଟକ R&B; କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ […]

କ’ଣ ପାଇଁ ୬ ଜଣଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦେଲେ ସରକାର?

retairment

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ନେଇ କଠୋର ହେଉଛନ୍ତି ରାଜ୍ୟ ସରକାର। ତେଣୁ ଦୁର୍ନୀତି ଓ ଅପାରଗତା ପାଇଁ ୬ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାର ଅବସର ଦେଇଛନ୍ତି। ସେମାନଙ୍କ ଭିତରୁ ୪ ଇଂଜିନିୟର ଥିବା ବେଳେ ୨ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି।

Advertisment

ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଅଫିସରମାନେ ହେଲେ- କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା, କଟକ R&B କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର R&B ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ୍‌ ଜୟଦୀପ ପଟ୍ଟନାୟକ ଓ ସୁନ୍ଦରଗଡ଼ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ। ଦୁର୍ନୀତି ଓ ଅପାରଗତା ପାଇଁ ଏମାନଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି।

ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର 5T କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ଦୁର୍ନୀତି। ପ୍ରତିଦିନ ବଡ଼ବଡ଼ ବାବୁ ଓ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏହା ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ। ସରକାରୀ ନିୟମ କାନୁନକୁ ବେଖାତିର କରି ପାଠକ ଗଢ଼ିଥିଲେ ବିଶାଳକାୟ ସାମ୍ରାଜ୍ୟ। ଆଉ ବିତାଉଥିଲେ ବିଳାଶମୟ ଜୀବନ ଶୈଳୀ। ତେବେ ସବୁ ପଦାରେ ପଡ଼ିବା ପରେ ରାଜ୍ୟ ସରକାର ତାଙ୍କୁ ଗିରଫ କରିଥିଲେ। ଏବେ ସେ ଜେଲ୍‌ରେ ଅଛନ୍ତି। ଏହା ପରେ ତାଙ୍କୁ ବାଧ୍ୟତାମୂକ ଭାବେ ଅବସର ଦେଇଛନ୍ତି।

Advertisment

ରାଜ୍ୟରେ କେବଳ ପାଠକ ନୁହନ୍ତି, ବହୁ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି। ରାଜ୍ୟ ସରକାର ନିଜର ଭାବମୂର୍ତ୍ତି ସୁଧାରିବାକୁ ଯାଇ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦେଇଥିବା ଆଲୋଚନା ହେଉଛି। ଭବିଷ୍ୟତ କହିବ ସରକାରଙ୍କ ଏହି ଫର୍ମୁଲା କେତେ କାମ ଦେଉଛି?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe