ସବ୍‌ଡିଭିଜନ୍‌ ମାନ୍ୟତା ଦାବିରେ ଆଳି ବନ୍ଦ

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳିକୁ ସବ୍‌ଡିଭିଜନ୍‌ ମାନ୍ୟତା ଦାବିରେ  ଆଜି ଆଳି ଓ ରାଜକନିକା ବ୍ଲକ୍‌ରେ ଛଅ ଘଣ୍ଟିଆ ବନ୍ଦ  ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ବିଭିନ୍ନ ଦଳ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମର୍ଥନ କରାଯାଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଆଳି ଓ ରାଜକନିକାରେ ଦୋକାନ ବଜାର ବନ୍ଦ ରହିଛି।  ଯାନବାହାନ ଚଳାଚଳରେ ବାଧାସୃଷ୍ଟି […]

alli

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 09:56 AM IST

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳିକୁ ସବ୍‌ଡିଭିଜନ୍‌ ମାନ୍ୟତା ଦାବିରେ  ଆଜି ଆଳି ଓ ରାଜକନିକା ବ୍ଲକ୍‌ରେ ଛଅ ଘଣ୍ଟିଆ ବନ୍ଦ  ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ବିଭିନ୍ନ ଦଳ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମର୍ଥନ କରାଯାଇଛି।

ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଆଳି ଓ ରାଜକନିକାରେ ଦୋକାନ ବଜାର ବନ୍ଦ ରହିଛି।  ଯାନବାହାନ ଚଳାଚଳରେ ବାଧାସୃଷ୍ଟି ହୋଇଛି।

ଆଳିକୁ ସବ୍‌ଡିଭିଜନ୍‌ ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେବ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଦାବି ପୂରଣ ନ ହେବା ଯାଏଁ  ଆନ୍ଦୋଳନ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଦେବେନ୍ଦ୍ର ଶର୍ମା କହିଛନ୍ତି।

Related story