୧୫ ଦିନରେ ୬ ଶିଶୁ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ମାଲକାନଗିରି

ମାଲକାନଗିରି(ଓଡ଼ିଶା ରିପୋର୍ଟର):୧୫ ଦିନରେ ୬ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ମାଲକାନଗିରି ହେଲେ ପୁଣି କାହିଁକି ଏଭଳି ସ୍ଥିତି?ଶିଶୁ ମୃତ୍ୟୁର କାରଣ କଣ ଜାଣିବାକୁ ଆଜି କୋରାପୁଟ୍ ମେଡିକାଲ୍ କଲେଜରୁ ଏକ ବିଶେଷଜ୍ଞ ଟିମ୍ ତାମନପାଲି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ପ୍ରାଥମିକ ଅନୁଧ୍ୟାନରୁ ଆକ୍ରାନ୍ତ ଶିଶୁଙ୍କଠାରେ ଶ୍ୱାସନଳୀ ସଂକ୍ରମଣ ଥିବା ଜଣାପଡୁଛି । ଅନ୍ୟପଟେ ଶିଶୁଙ୍କ ଚିକିତ୍ସା ପାଇଁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏକ ଡାକ୍ତରୀ […]

4321

4321

Tapas Behera
  • Published: Monday, 11 November 2019
  • Updated: 11 November 2019, 07:45 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):୧୫ ଦିନରେ ୬ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ମାଲକାନଗିରି ହେଲେ ପୁଣି କାହିଁକି ଏଭଳି ସ୍ଥିତି?ଶିଶୁ ମୃତ୍ୟୁର କାରଣ କଣ ଜାଣିବାକୁ ଆଜି କୋରାପୁଟ୍ ମେଡିକାଲ୍ କଲେଜରୁ ଏକ ବିଶେଷଜ୍ଞ ଟିମ୍ ତାମନପାଲି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ପ୍ରାଥମିକ ଅନୁଧ୍ୟାନରୁ ଆକ୍ରାନ୍ତ ଶିଶୁଙ୍କଠାରେ ଶ୍ୱାସନଳୀ ସଂକ୍ରମଣ ଥିବା ଜଣାପଡୁଛି । ଅନ୍ୟପଟେ ଶିଶୁଙ୍କ ଚିକିତ୍ସା ପାଇଁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏକ ଡାକ୍ତରୀ ଟିମ୍‌କୁ ସଂପୃକ୍ତ ଗାଁରେ ନିୟୋଜନ କରାଯାଇଛି। ୨୦୧୬। ଏଇ ସମୟରେ ଶିଶୁ ମଡ଼କକୁ ନେଇ ଚର୍ଚ୍ଚାରେ ଥିଲା ମାଲକାନଗିରି। ଜଣଙ୍କ ପରେ ଜଣେ ଶିଶୁର ମୁଣ୍ଡ ନେଉଥିଲା ଘାତକ ଜାପାନିଜ୍ ଏନ୍ସେଫାଲାଇଟିସ୍।

୩ ବର୍ଷ ପରେ ପୁଣି ଗୋଡ଼େଇଲାଣି ସେଇ ଡର। କାରଣ ଏଥର ପୁଣି ସେଇ ମାଲକାନଗିରିରୁ ଆସିଛି ୧୫ ଦିନରେ ଛଅ ଛଅଟି ଶିଶୁ ମୃତ୍ୟୁର ଖବର। ତାହା ପୁଣି ଏଇ ଗୋଟିଏ ଗାଁ ତାମନପାଲ୍ଲିରୁ। ତେଣୁ ଭାଳେଣି ପଡ଼ିଯାଇଛି ଗାଁ ଲୋକଙ୍କ ଭିତରେ। ସେପଟେ ଏହି ଘଟଣା ପରେ କାଳେ ସ୍ଥିତି ବିଗିଡ଼ିଯିବ ସେଇ ଆଶଙ୍କାରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ।

ଆଜି କୋରାପୁଟ ମେଡିକାଲ୍ କଲେଜରୁ ଏକ ୩ ଜଣିଆ  ବିଶେଷଜ୍ଞ ଡାକ୍ତରୀ ଦଳ ତାମନପାଲି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଗାଁରେ ଜ୍ୱରରେ ଆକ୍ରାନ୍ତ ଓ ଅନ୍ୟ ସବୁ ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ ସହ ଚିକିତ୍ସା କରାଯାଇଛି।  ତେବେ ପ୍ରାଥମିକ ଅନୁଧ୍ୟାନରୁ ଋତୁ ପରିବର୍ତ୍ତନ ଜନିତ ଜ୍ୱର, କାଶ, ଥଣ୍ଡାରେ ଶିଶୁ ପୀଡ଼ିତ ହେବା ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ମୁଖରେ ପଡୁଥିବା ଡାକ୍ତରୀ ଟିମ୍ କହିଛନ୍ତି । ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ବର୍ଷକ ଭିତରେ । ଏବେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ଥିବା ମାଲକାନଗିରି ସିଡିଏମ୍ଓ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ରୋଗାକ୍ରାନ୍ତ ଶିଶୁଙ୍କ ନମୁନାରୁ ଆକ୍ୟୁଟ୍ ରେସ୍ପିରେଟୋରୀ ଇନ୍‌ଫେକ୍ସନ ବା ଶ୍ୱାସନଳୀ ସଂକ୍ରମଣ ଥିବା ଜଣାପଡୁଛି । ରିପୋର୍ଟ ମିଳିବା ପରେ ରୋଗ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନିଆଯିବ।

ବିଶେଷଜ୍ଞଙ୍କ କହିବା କଥା ପିଲାଙ୍କ ପ୍ରତି ଅବହେଳା ଏବଂ ସଚେତନତାର ଅଭାବ ପାଇଁ ହିଁ ଏଭଳି ଘଟୁଛି।  ଜ୍ୱରରେ ଆକ୍ରାନ୍ତ ଶିଶୁଙ୍କୁ ହସ୍ପିଟାଲ୍ ନିଆ ନଯିବାରୁ ରୋଗ ଶ୍ୱାସନଳୀକୁ ସଂକ୍ରମିତ କରିଦେଉଛି। ଯାହା ପରେ ସ୍ଥିତି ଅଣାୟତ୍ତ ହୋଇପଡୁଛି। ତେଣୁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ମିଶି ଡାକ୍ତରୀ ଟିମ୍ ଲୋକଙ୍କୁ ଏନେଇ ସଚେତନ କରିଛି। ଏପରିକି ପୂର୍ବତନ ବିଧାୟକ ମାନସ ମାଡକାମୀ ମଧ୍ୟ ଏଥିରେ ସାମିଲ ହୋଇ କୋୟା ଭାଷାରେ ଗ୍ରାମବାସୀଙ୍କୁ ବୁଝାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos