ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଜମାକାରୀ ଫେରିପାଇବେ ଟଙ୍କା

କଟକ(ଓଡ଼ିଶା ରିପୋର୍ଟର): ଟଙ୍କା ଫେରି ପାଇବେ ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଜମାକାରୀ। ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆର୍‌ଆଇ ଓ ପଞ୍ଚାୟତ ସ୍ତରରେ ପୂର୍ବରୁ ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦିଆଯିବ। ସମସ୍ତ ଟଙ୍କା ଅନ୍‌ଲାଇନ୍‌ […]

rose-vally

Manoranjan Sial
  • Published: Thursday, 13 December 2018
  • , Updated: 13 December 2018, 07:53 PM IST

କଟକ(ଓଡ଼ିଶା ରିପୋର୍ଟର): ଟଙ୍କା ଫେରି ପାଇବେ ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଜମାକାରୀ। ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଆର୍‌ଆଇ ଓ ପଞ୍ଚାୟତ ସ୍ତରରେ ପୂର୍ବରୁ ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦିଆଯିବ। ସମସ୍ତ ଟଙ୍କା ଅନ୍‌ଲାଇନ୍‌ ଯୋଗେ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ। ଯେଉଁ ଜମାକାରୀ ୭ ହଜାର କିମ୍ବା ତା’ଠାରୁ କମ୍ ଟଙ୍କା ଜମା କରିଥିଲେ, ସେମାନଙ୍କୁ ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ।

ସେହିପରି ଯେଉଁମାନେ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ, ସେମାନଙ୍କୁ ୭ ହଜାର ଟଙ୍କା ଫେରସ୍ତ ମିଳିବ ଓ ସେମାନେ ବଳକା ଟଙ୍କାର ୫୨ ପ୍ରତିଶତ ଫେରସ୍ତ ପାଇବେ। ରୋଜଭ୍ୟାଲି କମ୍ପାନୀର ବ୍ୟାଜ୍ୟାପ୍ତ ସଂପତ୍ତିର ବିକ୍ରିଲବ୍ଧ ଅର୍ଥରୁ ଏହି ଜମାଟଙ୍କା ଫେରସ୍ତ ଦିଆଯିବ। ଗତ ୨୧୫ରେ ରୋଜଭ୍ୟାଲିର ସଂପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Related story