ସ୍ମିତାରାଣୀ ମର୍ଡ଼ର ମିଷ୍ଟ୍ରି ଓ ରୂପେଶଙ୍କ ରଙ୍ଗଶାଳା ଗେଷ୍ଟ ହାଉସ୍‌ !

ଯାଜପୁର (ଓଡ଼ିଶା ରିପୋର୍ଟର)ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ହତ୍ୟା କରାଯାଇନି ବରଂ ସେ ଆତ୍ମହତ୍ୟା କରିଛନ୍ତି। ଏହା କହିଛି ଯାଜପୁର ପୋଲିସ। ସ୍ମିତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ପୋଲିସ ଗିରଫ କରିଛି ତା’ସହ ସ୍ମିତା-ରୂପେଶଙ୍କ ମଧ୍ୟରେ ସଂପର୍କ ଥିଲା କହି ପୁରା ଥିଓରୀରେ ନୂଆ ଟୁଇଷ୍ଟ ଆଣିଛି।  ଏପଟେ ହତ୍ୟା ଘଟଣାରେ ବିଜେଡି ଲିଙ୍କକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆସନ୍ତା ୨୧ ତାରିଖରେ ଯାଜପୁର ବନ୍ଦ ଡାକରା […]

4ti

Tapas Behera
  • Published: Saturday, 19 October 2019
  • , Updated: 19 October 2019, 07:52 PM IST

ଯାଜପୁର (ଓଡ଼ିଶା ରିପୋର୍ଟର)ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ହତ୍ୟା କରାଯାଇନି ବରଂ ସେ ଆତ୍ମହତ୍ୟା କରିଛନ୍ତି। ଏହା କହିଛି ଯାଜପୁର ପୋଲିସ। ସ୍ମିତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ପୋଲିସ ଗିରଫ କରିଛି ତା’ସହ ସ୍ମିତା-ରୂପେଶଙ୍କ ମଧ୍ୟରେ ସଂପର୍କ ଥିଲା କହି ପୁରା ଥିଓରୀରେ ନୂଆ ଟୁଇଷ୍ଟ ଆଣିଛି।  ଏପଟେ ହତ୍ୟା ଘଟଣାରେ ବିଜେଡି ଲିଙ୍କକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆସନ୍ତା ୨୧ ତାରିଖରେ ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି।

ଯାଜପୁର ଏସ୍‌ପିଙ୍କ କହିବା କଥା ସ୍ମିତାରାଣୀ ଓ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଂପର୍କ ଥିଲା । ଘଟଣା ଦିନ ରୂପେଶ ସ୍ମିତାଙ୍କୁ ତାଙ୍କ ଗେଷ୍ଟ ହାଉସକୁ ଡାକିବା ପରେ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।  ପରେ ସ୍ମିତାରାଣୀ ଗେଷ୍ଟ ହାଉସର ଉପର ମହଲାରେ ଥିବା ବାଥରୁମକୁ ଯାଇ ସେଠାରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ଏବଂ ଏଥିପାଇଁ ରୁପେଶଙ୍କୁ ଦାୟୀ କରି ତାଙ୍କୁ ଗିରଫ କରିଛି ପୋଲିସ।

ଏପଟେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି । ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଟିମ ଘଟଣା ସ୍ଥଳକୁ ଯାଇ ଫେରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି, ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ରୁପେଶଙ୍କ ଗେଷ୍ଟ ହାଉସକୁ ରଙ୍ଗଶାଳା ବୋଲି କହି ଏଥିରେ ଲାଗିଥିବା ବିଜେଡି ପତାକାର ଚିତ୍ର ଦେଖାଇ ବିଜେଡିକୁ ନିଶାନା କରିଛି ବିଜେପି । କେବଳ ଏତିକି ନୁହେଁ ଅଭିଯୁକ୍ତ ରୁପେଶଙ୍କ ସହ ମନ୍ତ୍ରୀ ଅରୁଣ ସାହୁ ଓ ଧର୍ମାଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘନିଷ୍ଠତାର ଅଭିଯୋଗ ଆଣି ଦଳ ସେ ଫଟୋ ବି ଦେଖାଇଛି। ଘଟଣା ଦିନ ଗେଷ୍ଟ ହାଉସରେ ଥିବା ରାମକୋ ସିମେଣ୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ ଲିଙ୍କ କଥା ମଧ୍ୟ ଉଠାଇଛି ବିଜେପି।

ଏପଟେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଟିମ୍ ମଧ୍ୟ ଘଟଣାସ୍ଥଳ ଗସ୍ତ କରିବା ପରେ ଆଜି ଏଇ ମାମଲାରେ ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହୋଇଛି ।  ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ପୋଲିସ ପ୍ରେମ ସଂପର୍କର ଥିଓରୀ ଆଣି ମାମଲାକୁ ରଫା -ଦଫା କରିବାକୁ ଚାହୁଁଛି।

୧୬ ତାରିଖ ଦିନ ହରିଦାସପୁର ଗେଷ୍ଟହାଉସରେ ସ୍ମିତାରାଣୀଙ୍କ ମୃତ ଦେହ ମିଳିଥିଲା । ହେଲେ ଯାଜପୁର ଏସ୍‌ପିଙ୍କ ଆତ୍ମହତ୍ୟା ଥିଓରୀ ପରେ ଅପେକ୍ଷା ଏ ମାମଲାର ଅଧିକ କଣ ଖିଅ ମିଳୁଛି। ସେପଟେ ଯାଜପୁର ଏସ୍‌ପିଙ୍କ ପ୍ରେସ୍‌ମିଟ୍ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ । ସେ କହିଛନ୍ତି ମୋ ଝିଅ ହେଡ୍ ଷ୍ଟ୍ରଙ୍ଗ, କେବେ ଆତ୍ମହତ୍ୟା କରିନପାରେ।  ଝିଅକୁ ଆତ୍ମହତ୍ୟା କରିବାକୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ବାଧ୍ୟ କରିଛନ୍ତି।

Related story