ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଦାୟିତ୍ୱ ସମ୍ଭାଳିଲେ ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଦାୟିତ୍ୱ ସମ୍ଭାଳିଛନ୍ତି। ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଦଳର ରାଜ୍ୟ ଉପସଭାପତି ପ୍ରଭାତି ପରିଡ଼ା ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଶ୍ରୀମତୀ ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ଏହି ଅବସରରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଶ୍ରୀମତୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ମହିଳାମାନେ ରାଜ୍ୟରେ ସୁରକ୍ଷିତ ନାହାନ୍ତିା ପ୍ରତିଦିନ […]

bjp

Manoranjan Sial
  • Published: Monday, 09 November 2020
  • , Updated: 09 November 2020, 11:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଦାୟିତ୍ୱ ସମ୍ଭାଳିଛନ୍ତି। ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଦଳର ରାଜ୍ୟ ଉପସଭାପତି ପ୍ରଭାତି ପରିଡ଼ା ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଶ୍ରୀମତୀ ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ଏହି ଅବସରରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଶ୍ରୀମତୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ମହିଳାମାନେ ରାଜ୍ୟରେ ସୁରକ୍ଷିତ ନାହାନ୍ତିା ପ୍ରତିଦିନ ମହିଳାଙ୍କ ସହ ଅସଦାଚାରଣ ଘଟଣା ସାମ୍ନାକୁ ଆସୁଛିା ଅନେକ ଯୋଜନା ମହିଳାଙ୍କ ପାଇଁ ଲାଗୁ ହୋଇଥିଲେ ବି ସେମାନେ ସେମାନଙ୍କ ଅଧିକାରରୁ ବଂଚିତ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ମହିଳା ସଙ୍ଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କରିବା, ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବା ସହ ମୋଦି ସରକାରଙ୍କ ମହିଳା କଲ୍ୟାଣ ଯୋଜନାଗୁଡ଼ିକୁ ରାଜ୍ୟର ସମସ୍ତ ମହିଳାଙ୍କ ପାଖରେ ପହଂଚାଇବାକୁ ପ୍ରାଥମିକତା ଦିଆଯିବ।

ଏହି ଅବସରରେ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରୀ ମିଶ୍ର, ଇରାନୀ ରାୟ, ସୁବାସିନୀ ପୃଷ୍ଟି, ପଦ୍ମାବତୀ ଜେନା, ତୃପ୍ତି ମକଦ୍ଦମା, ଉନ୍ନତି ପରିଡ଼ା ଏବଂ ଶଶୀ ରଥଙ୍କ ସମେତ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଗତ ଦିନରେ ତାଙ୍କୁ ବିଜେପି ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲ।। କରୋନା ସଙ୍କଟ ଏବଂ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଥିବାରୁ ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱ ତୁଲାଉଥିଲେ।

Related story