ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ସ୍ମୁତି ଇରାନିଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ନ୍ୟାସନାଲ ଏକ୍ରିଡେସନ କାଉନସିଲ ଶୈଳୀରେ ରାଜ୍ୟରେ ଥିବା କଲେଜଗୁଡିକର ମାନ୍ୟତାକୁ ବିଚାର କରିବା ପାଇଁ ଷ୍ଟେଟ୍ ଆକ୍ରିଡେସନ କାଉନସିଲ ଗଠନ ଲାଗି ସେ ଅନୁରୋଧ କରିଛନ୍ତି। ସେହିପରି ରାଜ୍ୟରେ ଆଉ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସ୍କିଲ୍ ୟୁନିଭର୍ସିଟି ଓ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ନେଇ ମଧ୍ୟ ସେ ମାନବ ସମ୍ୱଳ ବିକାଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ଅଟୋନମସ କଲେଜଗୁଡିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।