Advertisment

ଟିକାକରଣ ପାଇଁ ଯିବ SMS

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ୍ ଟିକାକରଣ। ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଜୀକୃତ କରିଥିବେ, ସେମାନଙ୍କ ପାଖକୁ ଆଜି SMS ଯିବ। ଏହି SMS ଜରିଆରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ, […]

ଟିକାକରଣ ପାଇଁ ଯିବ SMS

vaccine

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ୍ ଟିକାକରଣ। ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଜୀକୃତ କରିଥିବେ, ସେମାନଙ୍କ ପାଖକୁ ଆଜି SMS ଯିବ। ଏହି SMS ଜରିଆରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ, ସେ ନେଇ ସମସ୍ତ ସୂଚନା ପାଇବେ।

Advertisment

ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ୧୬ ତାରିଖରେ ସବୁ ରାଜ୍ୟରେ ଟିକାକରଣ ହେବ। ସେହିଦିନ ସକାଳେ ଭ୍ୟାକସିନ୍ ଦେବା ପାଇଁ ପ୍ରତି ସେସନରେ ଅଲଗା ଅଲଗା ଟିକାକରଣ ଟିମ୍ ନିୟୋଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିବା ପରେ ଟିକାକରଣ ଆରମ୍ଭ ହେବ। ଟିକାକରଣ ନେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ଆଜି ଏକ SMS ଯିବ। ଏଥିରେ ଟିକାକରଣର ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ ରହିବ। ଟିକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ। ତେବେ ଟିକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପ୍ରତିଟି ବ୍ୟକ୍ତିଙ୍କୁ ଗୋଟିଏ ପ୍ରକାରର ଟିକା ଦିଆଯିବ। ଅର୍ଥାତ୍ ଯେଉଁ ବ୍ୟକ୍ତି କୋଭିଶିଲ୍ଡ ଦିଆଯିବ, ସେମାନଙ୍କୁ ୨ୟ ଡୋଜରେ ମଧ୍ୟ ଏହି ଟିକା ଦିଆଯିବ। ଟିକା ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଟିକା ଦିଆଯିବ। ୨ୟ ଟିକା ନେବାର ୧୪ ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ। ଯଦି ପ୍ରଥମ ଟିକା ନେବା ପରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି, ତାହେଲେ ତାଙ୍କୁ ୨ୟ ଡୋଜ ଦିଆଯିବ ନାହିଁ। ସେହି ବ୍ୟକ୍ତିଜଣକ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଟିକା ଦିଆଯିବ।

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଟିକାକରଣ ପାଇଁ ରାଜ୍ୟକୁ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି। ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ଯିକା ପହଞ୍ଚିସାରିଛି। ପ୍ରଥମ ପର୍ଯ୍ୟାୟରେ ଆମେ କ୍ରିଟିକାଲ ଇନଷ୍ଟିଚ୍ୟୁସନ୍, ତା’ ପରେ ସେକେଣ୍ଡାରୀ ଇନଷ୍ଟିଚ୍ୟୁସନ୍ ଏବଂ ଏହା ପରେ ପ୍ରାଇମେରୀ ଇନଷ୍ଟିଚ୍ୟୁସନରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟକୁ ଦୁଇ ପ୍ରକାରର ଟିକା ଆସିଛି। କୋଭିଶିଲ୍ଡ ଟିକା ୪ଲକ୍ଷ ୮୦ ହଜାର ଏବଂ ୨୦ହଜାର କୋଭାକ୍ସିନ୍ ଟିକା ଆସିଛି। ସବୁ ଜିଲ୍ଲାକୁ ଟିକାଗୁଡ଼ିକକୁ ପଠାଇ ଦିଆଯାଇଛି। କେବଳ ଟିକାକରଣକୁ ଅପେକ୍ଷା ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe