ତମ୍ପ ଗୋଡ଼କୁ କାମୁଡ଼ି ଧରିଲା, ମନ୍ଦିର କୂଅରୁ ପାଣି କାଢ଼ି ଢ଼ଳାଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାପ କାମୁଡ଼ାରେ ଗୁରୁତର ହୋଇଥିବା ଯୁବକ ଧିରେ ଧିର ସୁସ୍ଥ ହେଉଛନ୍ତି। କ୍ୟାପିଟାଲ ହସପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଲାଣି। ତେବେ ସାପ କାମୁଡ଼ିବା ପରେ ପରିବାର ଲୋକେ ଯେଉଁ ଭଳି ଭାବେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥିଲେ ତାହା ଆପଣଙ୍କୁ ଚକିତ କରିଦେବ। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି  ଖୋର୍ଦ୍ଧା ଜିଲ୍ଲାର ବଣିଆ ଟାଙ୍ଗୀର ଲିପୁ ନାୟକ।  ବୟସ ୧୮  ହେବ। ସୂଚନା ଅଯୁଯାୟୀ, ଲିପୁ ମାଛ ଧରିବାକୁ […]

6hm

Tapas Behera
  • Published: Saturday, 17 July 2021
  • , Updated: 17 July 2021, 04:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାପ କାମୁଡ଼ାରେ ଗୁରୁତର ହୋଇଥିବା ଯୁବକ ଧିରେ ଧିର ସୁସ୍ଥ ହେଉଛନ୍ତି। କ୍ୟାପିଟାଲ ହସପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଲାଣି। ତେବେ ସାପ କାମୁଡ଼ିବା ପରେ ପରିବାର ଲୋକେ ଯେଉଁ ଭଳି ଭାବେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥିଲେ ତାହା ଆପଣଙ୍କୁ ଚକିତ କରିଦେବ। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି  ଖୋର୍ଦ୍ଧା ଜିଲ୍ଲାର ବଣିଆ ଟାଙ୍ଗୀର ଲିପୁ ନାୟକ।  ବୟସ ୧୮  ହେବ। ସୂଚନା ଅଯୁଯାୟୀ, ଲିପୁ ମାଛ ଧରିବାକୁ ଯାଇଥିବା ବେଳେ ଏକ ତମ୍ପ ସାପ ଡାହାଣ ଗୋଡ଼ର ଗୋଇଠି ଉପରକୁ କାମୁଡି ଧରିଥିଲା। ଗୋଡ଼କୁ ଜୋରରେ ଛାଟି ଦେବା ପରେ  ଛାଡିଥିଲା ସାପ ।କିନ୍ତୁ ଏଇ ସମୟ ଭିତରେ ସାପଟିକୁ ତମ୍ପ  ବୋଲି ଲିପୁ ଚିହ୍ନି ପାରିଥିଲେ । ତାପରେ  ଲିପୁ ପ୍ରାୟ ଅଧା କିଲୋମିଟର ବାଟ ଦୌଡି ଦୌଡ଼ି ଆସି ଘରେ ପହଞ୍ଚିଲେ ।

ଘର ଲୋକେ ଲିପୁଙ୍କୁ  ଗାଁରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରକୁ ନେଇଗଲେ।  । ମନ୍ଦିରର ପୂଜାରୀ ଲିପୁଙ୍କୁ ଝଡା ଫୁଙ୍କା କଲେ । ମନ୍ଦିର କୂଅରୁ ପାଣି କାଢି ଲିପୁ ମୁଣ୍ଡରେ ଢଳା ଚାଲିଲା । ପାଣି ଢାଳି ଢାଳି କୂଅରୁ ପାଣି ଶୁଖିବା ପ୍ରାୟ ହେଲା ବେଳେ ଲିପୁ଼ଙ୍କୁ ଜୋରରେ ଶୀତ ଆସିବା ପରେ ପୂଜାରୀ ତାଙ୍କୁ ଘରକୁ ନେଇ ଯିବାକୁ କହିଲେ।

ଘରେ କିନ୍ତୁ ଲିପୁଙ୍କ ଅବସ୍ଥା ବିଗିଡିବାରେ ଲାଗିଲା । ଡାହାଣ ଗୋଡ଼ଟି ଭୟଙ୍କର ଭାବରେ ଫୁଲିବାକୁ ଲାଗିଲା । ତା’ପରେ ଲିପୁଙ୍କୁ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲକୁ ଆଣି ଭର୍ତ୍ତି କରାଗଲା । ଲିପୁ ଏବେ ଧୀରେ ଧୀରେ ବିପଦ ମୁକ୍ତ ହେଉଛନ୍ତି। । କ୍ୟାପିଟାଲ ହସ୍ପିଟାଲରେ ଲିପୁଙ୍କୁ ଏଯାବତ 20 ଭାଏଲ ଆଣ୍ଟି ସ୍ନେକ ଭେନମ ଇଂଜେକସନ ଦିଆ ସରିଲାଣି ।

Related story