ସ୍କୁଲ ସଫା କରିବା ବେଳେ ଛାତ୍ରୀଙ୍କୁ କାମୁଡ଼ି ଦେଲା ସାପ

Ordigital Desk
  • Published: Tuesday, 05 September 2017
  • , Updated: 05 September 2017, 11:16 PM IST
<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଚିନିମହୁଲ ପ୍ରାଥମିକ ବିଦ୍ୟାଳୟରେ ସଫେଇ ବେଳେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସାପ କାମୁଡ଼ି ଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ପାଇଁ ଗ୍ରାମବାସୀ ଶିକ୍ଷକଙ୍କ ଅବହେଳାକୁ ଦାୟୀ କରିବା ସହ ତାଙ୍କ ବଦଳି ଦାବି କରିଛନ୍ତି।</p> <p>ରବିବାର ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଓ ଅଫିସ ସଫା କରୁଥିବା ବେଳେ କାନ୍ଥରେ ଲୁଚି ରହିଥିବା ଏକ ଚିତି ସାପ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ କାମୁଡ଼ି ଦେଇଥିଲା।</p>

Related story