ଟ୍ରକ୍‌ରେ ଲୁଚିଥିଲା ୭ ଫୁଟ୍ ଲମ୍ୱର ଅଜଗର

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଛତିକୁଡ଼ା ଛକରେ ଠିଆ ହୋଇଥିବା ଏକ ଟ୍ରକ୍‌ର ତେଲ ଟାଙ୍କି ଚେସିସ୍‌ ବାର ଉପରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପ୍ରାୟ ୭ ଫୁଟ୍ ହେବ। ସାପଟିକୁ ଦେଖିବାକୁ ସେଠାରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଟ୍ରକ୍‌ ଡ୍ରାଇଭର ଚକର ହାୱା ଚେକ୍‌ କରିବାକୁ ଯିବା ବେଳେ ସାପଟିକୁ ଦେଖିଥିଲେ। ଏହାପରେ ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। କଳାହାଣ୍ଡି ଉତ୍ତର ବନଖଣ୍ଡ ବିଭାଗର […]

snake

Jyoshna Pradhan
  • Published: Friday, 29 November 2019
  • , Updated: 29 November 2019, 02:34 PM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଛତିକୁଡ଼ା ଛକରେ ଠିଆ ହୋଇଥିବା ଏକ ଟ୍ରକ୍‌ର ତେଲ ଟାଙ୍କି ଚେସିସ୍‌ ବାର ଉପରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପ୍ରାୟ ୭ ଫୁଟ୍ ହେବ। ସାପଟିକୁ ଦେଖିବାକୁ ସେଠାରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା।

ଟ୍ରକ୍‌ ଡ୍ରାଇଭର ଚକର ହାୱା ଚେକ୍‌ କରିବାକୁ ଯିବା ବେଳେ ସାପଟିକୁ ଦେଖିଥିଲେ। ଏହାପରେ ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। କଳାହାଣ୍ଡି ଉତ୍ତର ବନଖଣ୍ଡ ବିଭାଗର ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ଭବାନୀପାଟଣାରୁ ଏକ ଉଦ୍ଧାରକାରୀ ଦଳ ଆସି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ  ଉଦ୍ଧାର କରାଯାଇ ନିକଟସ୍ଥ କେର୍କେଟା ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Related story