ପଲଙ୍କ ଉପରେ ରେଜେଇ, ଆଉ ରେଜେଇ ତଳେ ସାପ

ବାରିପଦା(ମାନିକଲାଲ ପାଣି): ପଲଙ୍କ ଉପରେ ରେଜେଇ। ଆଉ ରେଜେଇ ତଳେ ଶୋଇଥିଲା ସାପ। ଘର ମାଲିକ ଶୋଇବାକୁ ଗଲା ବେଳେ ସାପଙ୍କୁ ଦେଖି ଚମକି ପଡ଼ିଥିଲେ। ଆଉ ଅଳ୍ପକେ ବର୍ତ୍ତି ଗଲା ତାଙ୍କ ଜୀବନ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। ବାରିପଦା ସହରର ଦେଉଳ ସାହି ଦୁର୍ଗା ହୋଟେଲ ସାମ୍ନାରେ ଏକ ଭଡ଼ା ଘରେ ରୁହନ୍ତି ସନ୍ତୋଷ ମହାନ୍ତି। ଗତ ଦୁଇ ଦିନ ହେଲା ସେ ଘରେ ନଥିଲେ। କୌଣସି କାମରେ ବାହାରକୁ ଯାଇଥିଲେ। […]

Snake

Snake

Manoranjan Sial
  • Published: Wednesday, 10 November 2021
  • , Updated: 10 November 2021, 08:55 PM IST

ବାରିପଦା(ମାନିକଲାଲ ପାଣି): ପଲଙ୍କ ଉପରେ ରେଜେଇ। ଆଉ ରେଜେଇ ତଳେ ଶୋଇଥିଲା ସାପ। ଘର ମାଲିକ ଶୋଇବାକୁ ଗଲା ବେଳେ ସାପଙ୍କୁ ଦେଖି ଚମକି ପଡ଼ିଥିଲେ। ଆଉ ଅଳ୍ପକେ ବର୍ତ୍ତି ଗଲା ତାଙ୍କ ଜୀବନ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ।

ବାରିପଦା ସହରର ଦେଉଳ ସାହି ଦୁର୍ଗା ହୋଟେଲ ସାମ୍ନାରେ ଏକ ଭଡ଼ା ଘରେ ରୁହନ୍ତି ସନ୍ତୋଷ ମହାନ୍ତି। ଗତ ଦୁଇ ଦିନ ହେଲା ସେ ଘରେ ନଥିଲେ। କୌଣସି କାମରେ ବାହାରକୁ ଯାଇଥିଲେ। ଆଜି ସକାଳେ ସେ ଘରେ ପହଞ୍ଚି ଥିଲେ। ଏହି ସମୟରେ ଘର ଭିତରେ ସାପର ଗର୍ଜନ ଶୁଣିବାକୁ ପାଇଥିଲେ। ଚନ୍ଦ୍ରବୋଡ଼ା ସାପଟି ପଲଙ୍କ ଉପରେ ଥିବା ରେଜେଇ ତଳେ ଛପି ରହିଥିଲା। ସାପର ଗର୍ଜନ ଶୁଣି ସନ୍ତୋଷ ଭୟଭୀତ ହୋଇ ପଡ଼ିଥିଲେ। ସେ କୌଶଳ କରି ଘରୁ ବାହାରକୁ ଚାଲି ଆସିଥିଲେ।

ଏନେଇ ସେ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍‌ର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିଛନ୍ତି। ସାପ ଲମ୍ୱ ଛଅ ଫୁଟ୍‌ ହେବ।

Related story