ଅପରେସନ୍‌ କରି ନାଗ ସାପ ପେଟରୁ ବାହାର କରାଗଲା ବନିଶୀ  

ଭୁବନେଶ୍ୱର: ଭୁବନେଶ୍ୱରର ଓୟୁଏଟି ଡାକ୍ତରମାନେ ଆଜି ଅପରେସନ୍‌ କରି ଏକ ନାଗ ସାପ ପେଟରୁ ଗୋଟିଏ ବନିଶୀ ବାହାର କରିଛନ୍ତି। ବୌଦ୍ଧରେ ଜଣେ ବ୍ୟକ୍ତିଙ୍କ ଘରେ ଏହି ନାଗ ସାପ ପଶି ଥିଲା। ଘରୁ ବାହାରୁ ନଥିଲା। ପରିବାର ଲୋକେ ସାପଟିକୁ ବାହାରକୁ ଆଣିବା ପାଇଁ ବନିଶୀ କଣ୍ଟାରେ ବେଙ୍ଗ ଗୁନ୍ଥି ଛାଡ଼ିଥିଲେ। ସାପଟି ଘରୁ ବାହାରି ବେଙ୍ଗକୁ ଗିଳି ଥିଲା। ଫଳରେ ପେଟରେ ବନିଶୀ ରହି ଯାଇଥିଲା। ଦୀର୍ଘ ୭୨ ଘଣ୍ଟା ପରେ ସାପଟିକୁ ଓୟୁଏଟିରେ […]

snake-operation

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 04:08 PM IST

ଭୁବନେଶ୍ୱର: ଭୁବନେଶ୍ୱରର ଓୟୁଏଟି ଡାକ୍ତରମାନେ ଆଜି ଅପରେସନ୍‌ କରି ଏକ ନାଗ ସାପ ପେଟରୁ ଗୋଟିଏ ବନିଶୀ ବାହାର କରିଛନ୍ତି।

ବୌଦ୍ଧରେ ଜଣେ ବ୍ୟକ୍ତିଙ୍କ ଘରେ ଏହି ନାଗ ସାପ ପଶି ଥିଲା। ଘରୁ ବାହାରୁ ନଥିଲା। ପରିବାର ଲୋକେ ସାପଟିକୁ ବାହାରକୁ ଆଣିବା ପାଇଁ ବନିଶୀ କଣ୍ଟାରେ ବେଙ୍ଗ ଗୁନ୍ଥି ଛାଡ଼ିଥିଲେ। ସାପଟି ଘରୁ ବାହାରି ବେଙ୍ଗକୁ ଗିଳି ଥିଲା। ଫଳରେ ପେଟରେ ବନିଶୀ ରହି ଯାଇଥିଲା। ଦୀର୍ଘ ୭୨ ଘଣ୍ଟା ପରେ ସାପଟିକୁ ଓୟୁଏଟିରେ ଏକ୍ସରେ କରାଯାଇଥିଲା। ତା’ ଅନ୍ତନଳୀରେ ବନିଶୀ ଥିବା ଜଣାପଡ଼ିଥିଲା। ତା’ପରେ ଅସ୍ତ୍ରୋପଚାର କରାଯାଇ ସାପ ପେଟରୁ ବନିଶୀ ବାହାର କରାଯାଇଥିଲା।

୭ ଦିନ ପର୍ଯ୍ୟନ୍ତ ସାପର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି।

Related story