କଦଳୀ ବଗିଚାରେ ୧୨ ଫୁଟ୍‌ର ଅଜଗର, ଦେଖନ୍ତୁ ଭିଡିଓ

Ordigital Desk
  • Published: Wednesday, 18 July 2018
  • , Updated: 18 July 2018, 07:50 PM IST
<p>ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଏବେ ସାପଙ୍କର ପ୍ରଜନନ ସମୟ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ ବାହାରିବାର ଖବର ଆସୁଛି। ଏହିପରି ସାପ ସଂପର୍କିତ ଏକ ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ। ଜିଲ୍ଲାର ଜୟପାଟଣା ପାଇକପଡ଼ା ଗାଁରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବିଶାଳକାୟ ଅଜଗରଟି ଏକ କଦଳୀ ବଗିଚାରେ ଗୋଟିଏ ବିଲୁଆକୁ ଖାଉଥିଲା। ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ସାପ ସଂପର୍କରେ ଜୟପାଟଣାସ୍ଥିତ ସ୍ନେକ୍&zwnj; ହେଲ୍ପଲାଇନ୍&zwnj;କୁ ଫୋନ୍ କରିଥିଲେ। ଖବର ପାଇ ସ୍ନେକ୍&zwnj; ହେଲ୍ପଲାଇନ୍&zwnj;ର ଶରତ ନାୟକ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଅଜଗର ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଏହି ଅଜଗରର ଲମ୍ୱ ୧୨ ଫୁଟ୍&zwnj; ଏବଂ ଓଜନ ୫୦ କିଲୋଗ୍ରାମ।</p>

Related story