ଉଦଳା(ମାନସ ପାଣି): ନାଗ ସାପ ବାନ୍ତି କଲା ୭ଟି କୁକୁଡ଼ା ଅଣ୍ଡା। କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତ କଥା ହେଉଛି ଆଜି ସାପଟି ଭାଡିରେ ପଶି କୁକୁଡ଼ା ଅଣ୍ଡା ଗିଳିଦେଇଥିଲା। ଯେଉଁଥିପାଇଁ ଚଳପ୍ରଚଳ କରିପାରୁନଥିଲା। ତେବେ ସାପଟି ବାନ୍ତି କରିପା ପରେ ଚଳପ୍ରଚଳ କରିଥିଲା।
ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସିର ୩ ନମ୍ବର ଓ୍ୱାର୍ଡର ସିଦ୍ଧାର୍ଥ ମଲ୍ଲିକଙ୍କ କୁକୁଡା ଭାଡିରେ ଆଜି ଗୋଟିଏ କୁକୁଡ଼ା ପଶିଥିଲା। ନାଗଟି କୁକୁଡ଼ା ମାରିଦେବା ସହ ଅଣ୍ଡା ଗୁଡ଼ିକ ଗିଳି ଦେଇଥିଲା। ଅଣ୍ଡା ଗିଳିବା ପରେ ସାପଟି ଆଉ ଚଳପ୍ରଚର କରିପାରିନଥିଲା।
ଏହା ଦେଖି ସିଦ୍ଧାର୍ଥଙ୍କ ସ୍ତ୍ରୀ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଭିଜିତ୍ ବେହେରାଙ୍କୁ ଫୋନ୍ କରି ଜଣାଇଥିଲେ। ହେଲ୍ପ ଲାଇନ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ଗିଳିଥିବା ୭ଟି ଯାକ ଅଣ୍ଡା ବାନ୍ତି କରିଥିଲା। ଏହାପରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟମାନେ ସାପଟିକୁ ଧରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦେଇଥିଲେ।
https://www.youtube.com/watch?v=hMbiHlrNidI