ରାଜଧାନୀରେ ପୁଣି ଛିନତାଇ, ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଛିନତାଇ । ଦିନ ଦ୍ୱିପହରେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଝାମ୍ପି ନେଇଛନ୍ତି । ଏନେଇ ମହିଳା ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ମହିଳା ଜଣକ ପୁରୁଣା ଭୁବନେଶ୍ୱର ସ୍ଥିତ ନିଜ ସମ୍ପର୍କିୟଙ୍କ ଘରୁ ନିଜ ଘରକୁ ଫେରିଥିଲେ । ତେବେ ନିଜ କାନଫୁଲ ନପାଇ ସେ ଘର ବାହାରେ ଖୋଜାଖୋଜି କରିଥିଲେ । ଏହି ସମୟରେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି […]

Loot

Jitendra Garnayak
  • Published: Friday, 20 November 2020
  • , Updated: 20 November 2020, 11:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଛିନତାଇ । ଦିନ ଦ୍ୱିପହରେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଝାମ୍ପି ନେଇଛନ୍ତି । ଏନେଇ ମହିଳା ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ମହିଳା ଜଣକ ପୁରୁଣା ଭୁବନେଶ୍ୱର ସ୍ଥିତ ନିଜ ସମ୍ପର୍କିୟଙ୍କ ଘରୁ ନିଜ ଘରକୁ ଫେରିଥିଲେ । ତେବେ ନିଜ କାନଫୁଲ ନପାଇ ସେ ଘର ବାହାରେ ଖୋଜାଖୋଜି କରିଥିଲେ । ଏହି ସମୟରେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ହୋଇଥିବା ସୁନା  ଚେନର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି କୁଯାଉଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ଜଣେ ସାମ୍ବାଦିକଙ୍କ ପତ୍ନୀ ବୋଲି ଜଣାପଡିଛି ।

Related story