୯ରୁ ୩ କମ୍ପାନୀର ୱେବ୍‌ପେଜ ଫେକ୍‌; ପୋଲିସ ହାତରେ ଲାଗିଲା ପ୍ରମାଣ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପ୍ଲେସ୍‌ମେଣ୍ଟ ଠକେଇ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏବେ ଜଣାପଡ଼ିଛି କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ଚାକିରି ଦେବା ପାଇଁ ଯେଉଁ ପ୍ଲେସମେଣ୍ଟ କରିଥିଲେ ସେଥିରୁ ୯ଟି କମ୍ପାନୀରୁ ୩ଟିର ୱେବସାଇଟ୍‌ ଫେକ୍। ପୋଲିସ ଏହାର ପ୍ରମାଣ ପାଇଛି। ଏ ସମ୍ପର୍କରେ ଜାଣିବା ପାଇଁ କମିଶନରେଟ୍‌ ପୋଲିସ୍ ଆଜି ଗିରଫ ହୋଇଥିବା କଲେଜ ପ୍ଲେସମେଣ୍ଟ ଡିନ୍‌ ରାଜକୁମାର ହୋତାଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି। ପାଠପଢ଼ା ପରେ ଆଇଟିଇଆର୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ […]

y.b.khuraniya

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 09:43 PM IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପ୍ଲେସ୍‌ମେଣ୍ଟ ଠକେଇ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏବେ ଜଣାପଡ଼ିଛି କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ଚାକିରି ଦେବା ପାଇଁ ଯେଉଁ ପ୍ଲେସମେଣ୍ଟ କରିଥିଲେ ସେଥିରୁ ୯ଟି କମ୍ପାନୀରୁ ୩ଟିର ୱେବସାଇଟ୍‌ ଫେକ୍। ପୋଲିସ ଏହାର ପ୍ରମାଣ ପାଇଛି। ଏ ସମ୍ପର୍କରେ ଜାଣିବା ପାଇଁ କମିଶନରେଟ୍‌ ପୋଲିସ୍ ଆଜି ଗିରଫ ହୋଇଥିବା କଲେଜ ପ୍ଲେସମେଣ୍ଟ ଡିନ୍‌ ରାଜକୁମାର ହୋତାଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି।

ପାଠପଢ଼ା ପରେ ଆଇଟିଇଆର୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ନକଲି ପ୍ଲେସମେଣ୍ଟ ଦେଇଛି। ଏହି ନକଲି ପ୍ଲେସ୍‌ମେଣ୍ଟର ଗୁମର ଏବେ ଖୋଲିବାରେ ଲାଗିଛି। କ୍ୟାମ୍ପସ ସିଲେକ୍‌ସନ୍‌ ପାଇଁ ଯେଉଁ କମ୍ପାନୀ ଗୁଡ଼ିକୁ ଆଇଟିଇଆର୍ କର୍ତ୍ତୃପକ୍ଷ ଡାକି ଆଣିଥିଲେ ସେ ସବୁ କମ୍ପନୀର ୱେବପେଜ୍ ନକଲି। ଗୋଟିଏ କି ଦୁଇଟି ନୁହେଁ ୩ଟି କମ୍ପାନୀର ଅଜାଣତରେ ୱେବ୍‌ପେଜ ନକଲି କରାଯାଇଥିଲା।

ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି,“ହୁଏଇ, ମିତ୍ସୁବିସି ଓ ମେକାସ୍ କମ୍ପନୀର ୱେବ୍‌ପେଜକୁ ନକଲି କରାଯାଇଛି। ଏହାର ପ୍ରମାଣ ମିଳିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚାକିରି ଦେବା ନାଁରେ ସୁନେଲୀ ସ୍ୱପ୍ନ ଦେଖାଇ ଧୋକା ଦିଆଯାଇଛି। ଏ ସବୁ ଫେକ୍ ୱେବ୍‌ପେଜ ମାଧ୍ୟମରେ ପିଲାଙ୍କୁ ଯେଉଁ ଅଫର୍ ଲେଟର୍ ଦିଆଯାଉଥିଲା, ସେଥିରେ ଥିବା ମେଲ୍ ଆଇଡି, ଫୋନ୍ ନମ୍ବର ମଧ୍ୟ ଫେକ୍।”

Related story