ଏସଓଜି କମାଣ୍ଡାଣ୍ଟଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଅଶ୍ଲୀଳ ଭାଷାରେ ଗାଳିଗୁଳଜ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏସ୍‌ଓଜି କମାଣ୍ଡାଣ୍ଟ ଆଇପିଏସ୍ ଅନିରୁଦ୍ଧ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। କାର୍ଯ୍ୟକ୍ଷେତ୍ରରେ ଅନିରୁଦ୍ଧ ସିଂ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ସବ୍ଇନ୍ସପେକ୍ଟର। ଏସଓଜି କ୍ୟାମ୍ଫରେ ଟ୍ରେନିଂ ନେଉଥିବା ଘଟଗାଁ ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ଆଣିଛନ୍ତି ଏଭଳି ଅଭିଯୋଗ। ଅନିରୁଦ୍ଧଙ୍କ ବିରୋଧରେ ଚନ୍ଦକା ଥାନାରେ ଅଭିଯୋଗ କରିବା ପାଇଁ  ଯିବାକୁ ଚାହୁଁଥିଲେ ମଧ୍ୟ ଟ୍ରେନିଂ କ୍ୟାମ୍ଫ ବାହାରକୁ ଛାଡି ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ […]

900

Tapas Behera
  • Published: Wednesday, 12 June 2019
  • , Updated: 12 June 2019, 09:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏସ୍‌ଓଜି କମାଣ୍ଡାଣ୍ଟ ଆଇପିଏସ୍ ଅନିରୁଦ୍ଧ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। କାର୍ଯ୍ୟକ୍ଷେତ୍ରରେ ଅନିରୁଦ୍ଧ ସିଂ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ସବ୍ଇନ୍ସପେକ୍ଟର।

ଏସଓଜି କ୍ୟାମ୍ଫରେ ଟ୍ରେନିଂ ନେଉଥିବା ଘଟଗାଁ ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ଆଣିଛନ୍ତି ଏଭଳି ଅଭିଯୋଗ। ଅନିରୁଦ୍ଧଙ୍କ ବିରୋଧରେ ଚନ୍ଦକା ଥାନାରେ ଅଭିଯୋଗ କରିବା ପାଇଁ  ଯିବାକୁ ଚାହୁଁଥିଲେ ମଧ୍ୟ ଟ୍ରେନିଂ କ୍ୟାମ୍ଫ ବାହାରକୁ ଛାଡି ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି।

ଏନେଇ ସେ ପୁଲିସ ଡିଜିଙ୍କ ହସ୍ତକ୍ଷେପ ଲୋଡିବା ସହ ସମ୍ପୃକ୍ତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠାଇଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଓଜି କମାଣ୍ଡାଣ୍ଟ। କହିଛନ୍ତି, ଟ୍ରେନିଂ ଠିକ୍ ଭାବେ ନନେଇପାରି ଓଲଟା ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ସବ୍ଇନ୍‌ସପେକ୍ଟର।

ସବ୍ଇନ୍ସପେକ୍ଟର ବିଶ୍ୱଜିତ ପୂର୍ବରୁ ଦୁଇଥର ଏସଓଜି ଟ୍ରେନିଂ ପାଇଁ ଆସି ଅଧାରୁ ଟ୍ରେନିଂ ଛାଡିଥିବା କହିଛନ୍ତି ଅନିରୁଦ୍ଧ ସିଂ। ସପ୍ତାହେ ହବ ସେ ପୁଣିଥରେ ଟ୍ରେନିଂ ପାଇଁ ଆସିଛନ୍ତି। ଅଣ୍ଟା  ସମସ୍ୟା ପୂର୍ବରୁ ନକହି ଟ୍ରେନିଂ ବେଳେ ଏପରି କଥା ଉଠାଉଛନ୍ତି ବୋଲି କହିଛନ୍ତି ଆଇପିଏସ୍। ସେପଟେ  ଆଜିର ଟ୍ରେନିଂ ବେଳେ ଏକାଧିକ ଯବାନ ଅତ୍ୟଧିକ ଖରା ଯୋଗୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।

ବହୁ ବିପଦଜନକ ପରିସ୍ଥିତିରେ ମୁକାବିଲା ଭଳି କଠିନ ଟ୍ରେନିଂ ନେଇଥାଆନ୍ତି ଏସଓଜି। ତେବେ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଉଚ୍ଚ ଅଧିକାରୀ ତଦନ୍ତ କରନ୍ତୁ ବୋଲି ମତ ଦେଇଛନ୍ତି ପୂର୍ବତନ ପୁଲିସ ଡିଜି।

Related story