ଚଳିତବର୍ଷରୁ ଗାଁରେ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷରୁ ଗାଁ ଗହଳିରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ କମିଶନ ଏହି ପ୍ରକଳ୍ପ ବାବଦରେ ୪୧ କୋଟି ୬୭ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାସହିତ ପାନୀୟ ଜଳ ଯୋଗାଣ, ସବୁଦିନିଆ ସଡ଼କ ସଂଯୋଗ, ଷ୍ଟ୍ରିଟ୍ ଲାଇଟ୍ ଓ ସ୍କୁଲ ଗୃହ ମରାମତି ପାଇଁ କମିଶନଙ୍କ ସୁପାରିସ୍ ଆଧାରରେ ବିଭିନ୍ନ […]

solar-pump

Manoranjan Sial
  • Published: Wednesday, 13 May 2020
  • , Updated: 13 May 2020, 07:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷରୁ ଗାଁ ଗହଳିରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ କମିଶନ ଏହି ପ୍ରକଳ୍ପ ବାବଦରେ ୪୧ କୋଟି ୬୭ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାସହିତ ପାନୀୟ ଜଳ ଯୋଗାଣ, ସବୁଦିନିଆ ସଡ଼କ ସଂଯୋଗ, ଷ୍ଟ୍ରିଟ୍ ଲାଇଟ୍ ଓ ସ୍କୁଲ ଗୃହ ମରାମତି ପାଇଁ କମିଶନଙ୍କ ସୁପାରିସ୍ ଆଧାରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରେ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧୨୫କୋଟି ଟଙ୍କା, ପଞ୍ଚାୟତକୁ ସବୁଦିନିଆ ସଡ଼କ ସଂଯୋଗ ପାଇଁ ୯୭.୬୯ କୋଟି ଟଙ୍କା, ଷ୍ଟ୍ରିଟ୍ ଲାଇଟ୍ ପାଇଁ ୫୬.୬୬ କୋଟି ଟଙ୍କା, ପ୍ରାଥମିକ ସ୍କୁଲର ରକ୍ଷଣାବେକ୍ଷଣ ପାଇଁ ୫୨.୩୩ କୋଟି ଟଙ୍କା, ପଞ୍ଚାୟତରେ ଥିବା ଜଳାଶୟର ସଂରକ୍ଷଣ ପାଇଁ ୨୦.୮୩କୋଟି ଟଙ୍କା, ଗାଁ ହାଟଗୁଡ଼ିକର ବିକାଶ ପାଇଁ ୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପଞ୍ଚାୟତସ୍ତରରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ୨୦.୮୩ କୋଟି ଟଙ୍କା ବରାଦ ହୋଇଛି।

ଗ୍ରୀଷ୍ମ ଋତୁରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ସୌରଶକ୍ତିଭିତ୍ତିକ ପାନୀୟ ପ୍ରକଳ୍ପ ପ୍ରତିଷ୍ଠାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ଏବଂ ଜଳଭାବ ଦେଖାଦେଇଥିବା ସ୍ଥାନଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story