କୋଇଲା ଖଣିରେ ଅସ୍ଥାୟୀ ଟେଣ୍ଟ ଓ ୩୦ଟି ଗାଡ଼ି ଭାଙ୍ଗିଦେଲେ ବିସ୍ଥାପିତ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଏମସିଏଲର ପ୍ରସ୍ତାବିତ ସିଆରମାଲ ମହାଲକ୍ଷ୍ମୀ କୋଇଲା ଖଣିରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ତୁମୁଳକାଣ୍ଡ। ଆଜି ହଲଦିବାହାଲ ଗାଁର ବିସ୍ଥାପିତ ହେବାକୁ ଥିବା ଲୋକମାନେ ଏଠାରେ ଅସ୍ଥାୟୀ ଟେଣ୍ଟ ଓ ୩୦ଟି ଗାଡ଼ି ଭାଙ୍ଗି ଦେଇଛନ୍ତି। ଅଫିସ୍‌ରେ ଥିବା କାଗଜପତ୍ରକୁ ପୋଡ଼ି ଦେଇଛନ୍ତି। ଖନନ ଓ ସଂପ୍ରସାରଣ ଉଭୟକୁ ବିରୋଧ କରିଛନ୍ତି ଏହି ଗାଁ ଲୋକେ। ବିସ୍ଥାପିତମାନେ ପ୍ରଥମେ କ୍ଷତି ପୂରଣ ଦାବି କରୁଥିଲେ। ପରେ ଖଣି […]

vei

  • Published: Tuesday, 03 January 2023
  • , Updated: 03 January 2023, 04:02 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଏମସିଏଲର ପ୍ରସ୍ତାବିତ ସିଆରମାଲ ମହାଲକ୍ଷ୍ମୀ କୋଇଲା ଖଣିରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ତୁମୁଳକାଣ୍ଡ। ଆଜି ହଲଦିବାହାଲ ଗାଁର ବିସ୍ଥାପିତ ହେବାକୁ ଥିବା ଲୋକମାନେ ଏଠାରେ ଅସ୍ଥାୟୀ ଟେଣ୍ଟ ଓ ୩୦ଟି ଗାଡ଼ି ଭାଙ୍ଗି ଦେଇଛନ୍ତି। ଅଫିସ୍‌ରେ ଥିବା କାଗଜପତ୍ରକୁ ପୋଡ଼ି ଦେଇଛନ୍ତି। ଖନନ ଓ ସଂପ୍ରସାରଣ ଉଭୟକୁ ବିରୋଧ କରିଛନ୍ତି ଏହି ଗାଁ ଲୋକେ।

ବିସ୍ଥାପିତମାନେ ପ୍ରଥମେ କ୍ଷତି ପୂରଣ ଦାବି କରୁଥିଲେ। ପରେ ଖଣି ଖନନ ବନ୍ଦ ଦାବି କରି ଖଣି କାର୍ଯ୍ୟକୁ ବିରୋଧ କରି ଆସୁଛନ୍ତି। ତେବେ ଆଜି ଖଣି ଉତ୍ତୋଳନକାରୀ ଠିକା ସଂସ୍ଥା ଡିବିଏଲ୍ ବା ଦିଲୀପ ବିଲକନ୍ ଲିମିଟେଡର ଅସ୍ଥାୟୀ ଅଫିସ ସହ ୩୦ରୁ ଅଧିକ ଗାଡ଼ି ଓ ଜେସିବି ମେସିନ ଭଙ୍ଗାରୁଜା କରିଛନ୍ତି ଏହି ବିସ୍ଥାପିତମାନେ।

ଭଙ୍ଗାରୁଜା ପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ କରୁଛି। ଉତ୍ତେଜନାକୁ ଦେଖି ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛି।

ସୂଚନା ଥାଉକି, ବସୁନ୍ଧରା କୋଇଲା ଖଣି ବନ୍ଦ ହେବା ପରେ ଏବେ ଆବଶ୍ୟକ କୋଇଲା ଚାହିଦା ମେଣ୍ଟାଇବା ପାଇଁ ସିଆରମାଲ ମହାଲକ୍ଷ୍ମୀ କୋଇଲା ଖଣି ଉପରେ ଏମ୍‌ସିଏଲ୍ ନିର୍ଭରଶୀଳ ହୋଇପଡ଼ିଛି। ଏହି ଖଣି ଖନନ ନିମନ୍ତେ ୫ ଖଣ୍ଡ ଗାଁର ବହୁ ଲୋକଙ୍କୁ ବିସ୍ଥାପିତ କରାଯିବ। କମ୍ପାନୀ ପକ୍ଷରୁ ୨୦୦୬ ବିସ୍ଥାପନ ପଲିସି ଅନୁଯାୟୀ କ୍ଷତିପୂରଣ ଦେବାକୁ ସ୍ଥିର କରାଯିବା ପରେ ବିସ୍ଥାପିତମାନେ ୨୦୧୩ ବିସ୍ଥାପନ ନିୟମ ମୁତାବକ କ୍ଷତିପୂରଣ ପାଇବାକୁ ସୁପ୍ରିମ୍‌କୋର୍ଟ ଯାଇଥିଲେ। ସୁପ୍ରିମ୍‌କୋର୍ଟ ୨୦୧୩ ନିୟମ ଅନୁଯାୟୀ କ୍ଷତିପୂରଣ ଦେବା ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ହଠାତ୍ ଆଜି ବିସ୍ଥାପିତ ହେବାକୁ ଥିବାକୁ ଥିବା କିଛି ଗାଁ ଲୋକ ଖଣି ଖନନକୁ ବିରୋଧ କରି ତୁମୁଳକାଣ୍ଡ କରିଛନ୍ତି।

Related story