ଗ୍ୟାସ୍‌ ସିଲିଣ୍ଡର ଫାଟିବା ଘଟଣା; ବାପା ପରେ ଆଖି ବୁଜିଲେ ପୁଅ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗତ ୨୨ ତାରିଖରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଲା। ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଦେବରାଜ ନାୟକ ଓ ତାଙ୍କ ପୁଅ ଅଶୋକ ନାୟକ ଗୁରୁତର ହୋଇଥିଲେ । ଗତ ୨୩ ତାରିଖରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ଆଖି ବୁଜିଛନ୍ତି ଅଶୋକ । ଏହି ଘଟଣା ଯୋଗୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦେବରାଜ ନାୟକଙ୍କ […]

gas-blast

  • Published: Friday, 29 July 2022
  • , Updated: 29 July 2022, 10:27 AM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗତ ୨୨ ତାରିଖରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଲା। ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଦେବରାଜ ନାୟକ ଓ ତାଙ୍କ ପୁଅ ଅଶୋକ ନାୟକ ଗୁରୁତର ହୋଇଥିଲେ । ଗତ ୨୩ ତାରିଖରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ଆଖି ବୁଜିଛନ୍ତି ଅଶୋକ । ଏହି ଘଟଣା ଯୋଗୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଦେବରାଜ ନାୟକଙ୍କ ଘରେ ବେଆଇନ ଭାବେ ୬୬ଟି ସିଲିଣ୍ଡର ରହିଥିଲା। ଗତ ୨୨ ତାରିଖରେ ହଠାତ୍‌ ଦେବରାଜ କବାଟ ଖୋଲି ଦେବାରୁ ତା ଭିତରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ କରିଥିଲା। ଫଳରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଘରର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେବରାଜଙ୍କ ଘରୁ ୬୬ଟି ସିଲିଣ୍ଡର ଜବତ କରିଥିଲା।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦେବରାଜ ଓ ତାଙ୍କ ପୁଅ ଅଶୋକ ଗୁରୁତର ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୩ ତାରିଖରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଅଶୋକ ଆଜି ଆଖି ବୁଜିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଗ୍ୟାସ ଏଜେନ୍ସି ମାଲିକ ତ୍ରିଲୋଚନା ପାଣିଗ୍ରାହୀ ଓ ମୃତ ଦେବରାଜଙ୍କ ବଡ଼ ପୁଅ ଦୈତାରୀ ନାୟକଙ୍କୁ ଗିରଫ କରିଛି। ଗ୍ୟାସଗୁଡ଼ିକୁ ଗୋଦାମରେ ନ ରଖି ବେଖାତିର ଭାବେ ଡେଲିଭରି କର୍ମଚାରୀଙ୍କ ଘରେ ବିପଦସଙ୍କୁଳ ଭାବେ ରଖିବାକୁ ଅନୁମତି ଦେବା ଅଭିଯୋଗରେ ଗିରଫ କରାଯାଇଛି।

Related story