ପୁଅର ଚାପୁଡ଼ା ନେଲା ମାଆର ଜୀବନ

ବୀରମିତ୍ରପୁର (ରାକେଶ ସାହୁ) : ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ। ମଦ ପିଇବା ପାଇଁ ଟଙ୍କା ନଦେବାରୁ ବିଧବା ମାଆକୁ ମାରିଥିଲା ଗୋଟିଏ ଚାପୁଡା। ଆଉ ପୁଅର ସେହି ଚାପୁଡାରେ ଗଲା ଜନ୍ମଦାତ୍ରୀଙ୍କ ଜୀବନ। ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ବୀରମିତ୍ରପୁର ବିର୍ସା ମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା କୁମ୍ଭାରପଡା ଗୋୱାଲା ବସ୍ତିରେ ବାସ କରନ୍ତି ପୁନି ତନ୍ତି(୬୨) ଓ ତାଙ୍କ ପରିବାର। କାମଦାମ କରି ଚଳନ୍ତି ପୁନି। ହେଲେ […]

Birmitrapur

  • Published: Saturday, 06 August 2022
  • , Updated: 06 August 2022, 06:30 PM IST

ବୀରମିତ୍ରପୁର (ରାକେଶ ସାହୁ) : ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ। ମଦ ପିଇବା ପାଇଁ ଟଙ୍କା ନଦେବାରୁ ବିଧବା ମାଆକୁ ମାରିଥିଲା ଗୋଟିଏ ଚାପୁଡା। ଆଉ ପୁଅର ସେହି ଚାପୁଡାରେ ଗଲା ଜନ୍ମଦାତ୍ରୀଙ୍କ ଜୀବନ। ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି।

ବୀରମିତ୍ରପୁର ବିର୍ସା ମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା କୁମ୍ଭାରପଡା ଗୋୱାଲା ବସ୍ତିରେ ବାସ କରନ୍ତି ପୁନି ତନ୍ତି(୬୨) ଓ ତାଙ୍କ ପରିବାର। କାମଦାମ କରି ଚଳନ୍ତି ପୁନି। ହେଲେ ଅନେକ ସମୟରେ ପୁନି ଓ ତାଙ୍କ ପୁଅ ସରୋଜ ମଧ୍ୟରେ ଝଗଡ଼ା ହୋଇଥାଏ। ସରୋଜ ମଦ ନିଶାରେ ପାଟିତୁଣ୍ଡ କରୁଥିବା ଅଭିଯୋଗ ହୋଇଛି।

ସବୁ ଦିନ ପରି ଶୁକ୍ରବାର କାମ କରିବାକୁ ଯାଇଥିଲେ ପୁନି। ଫେରିଲା ବେଳେ ବିଧବା ଭତ୍ତା ଟଙ୍କା ଧରି ଘରକୁ ଆସି ଥିଲେ। ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ପୁଅ ସରୋଜ୍‌। ମଦ ପିଇବା ପାଇଁ ସେ ତାଙ୍କ ମାଆଙ୍କୁ ଟଙ୍କା ମାଗିଥିଲା। ମାତ୍ର ପୁନି ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ସରୋଜ ଉତ୍‌କ୍ଷିପ୍ତ ହୋଇ ମାଆ ପୁନିକୁ ଚାପୁଡ଼େ ମାରିଥିଲା।

ପୁଅର ଚାପୁଡ଼ ମାଡ଼ରେ ତଳେ ପଡ଼ିଯାଇ ଥିଲେ ମାଆ ପୁନି। ଯାହାଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପାଖ ପଡୋଶୀ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଉ ଥିବା ବେଳେ ଅଭିଯୁକ୍ତ ପୁଅ ସରୋଜକୁ ଗିରଫ କରିଥିବା ଜଣାପଡିଛି।

Related story