ଆଠଗଡ଼(ନିଳକଣ୍ଠ ଦୋରା): ଘରୋଇ କଳି ହେଲା କାଳ। ବଡ଼ ପୁଅ ଛୁରା ମାଡ଼ରେ ବାପାର ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର ହୋଇ ପଡ଼ିଛନ୍ତି। ବଡପୁଅକୁ ଅଟକ ରଖି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଘରେ ସାନ ପୁଅ ଓ ବାପା ଏକାଠି ରହୁଥିବା ବେଳେ ବଡପୁଅ ସେମାନଙ୍କଠାରୁ ଅଲଗା ରହୁଥିଲେ। ଏଥିସହ ସେ ସବୁବେଳେ ବାପ ଓ ସାନ ଭାଇଙ୍କ ସହ କଳି କରି ଆସୁଥିଲେ । ଗତକାଲି କଳି ହେବା ପରେ ବାପା ଓ ସାନପୁଅ ଗାଁ ମୁରବିଙ୍କୁ ଜଣାଇଥିଲେ । କିନ୍ତୁ କାହିଁକି ଗାଁ ମୁରବିଙ୍କୁ ଜଣାଇଥିବାରୁ ଉତ୍ତ୍ୟକ୍ତ ବଡପୁଅ ଗତକାଲି ରାତିରେ ଏକ ଛୁରି ରେ ବାପା ଓ ପୁଅକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।